ଟିଭି ମନୋରଞ୍ଜନ ଦୁନିଆରେ ଜୁନ 6ରୁ ଓଡିଶାରେ ରାଜ କରିବ” ଷ୍ଟାରକିରଣ “

0 278

ଭୁବନେଶ୍ୱର 19/5( ପ୍ରତ୍ୟୁଷା ବ୍ୟୁରୋ )ଆସନ୍ତା ଜୁନ 6ରୁ ଟେଲିଭିଜନ ଦୁନିଆରେ ଓଡିଶାରେ ରାଜ କରିବାକୁ ଯାଉଛି “ଷ୍ଟାର କିରଣ ” l ଯାହାର ଗୁରୁବାର ଦମଦାର ଶୁଭାରମ୍ଭ ହୋଇଛି l

ଡିଜିନି ହଟ ଷ୍ଟାର ଭଳି ମନୋରଞ୍ଜନ ଦୁନିଆର ବାଦଶାହା ଓଡିଶାରେ ଓଡ଼ିଆ ଭାଷାରେ ଜବରଦସ୍ତ କାହାଣୀକୁ ନେଇ ଆରମ୍ଭ କରିବେ ଧାରାବାହିକ ” ତୁ କହିବୁ, ନା ମୁଁ ” ସୁହାଗ ସିନ୍ଦୁର, କିଏ ଆପଣାର, କିଏ ପର, ଗୁପଚୁପ ଭଳି ପରିବାର ଭିତ୍ତିକ ସିରିଏଲ l

ଶୁଭାରମ୍ଭ ଉତ୍ସବରେ ଡିଜିନି ହଟ ଷ୍ଟାର ର ମୁଖ୍ୟ କେଭିନ ବାଜ, ବିଜନେସ ହେଡ଼ ଆଲୋକ ଜୈନ, ଓଡ଼ିଆ ସିନେମାର ଳୋକପ୍ରିୟ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ବାବୁସାନ, ଆକାଶ, ଅମ୍ଲାନ, ଭୂମିକା, ପୁନମ ଓ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଳି ବହୁ ବିଶିଷ୍ଟ କଳାକାର ପ୍ରମୁଖ ଉପସ୍ଥିତ ଥିଲେ lକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରେରିତ ବାର୍ତ୍ତା ପାଠ କରାଯାଇଥିଲା l

Leave A Reply

Your email address will not be published.