ଆସନ୍ତା କାଲିଠୁ ୩ ଦିନ ୪୩ ତମ ରିଜିଓନାଲ କଷ୍ଟ କନଫେରେନ୍ସ-୨୦୨୪ ।

0 63

ଭୁବନେଶ୍ଵର: ୧୧/୦୧ ( ପ୍ରତ୍ୟୁଷା ବ୍ୟୁରୋ )ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ ଅଫ ଇଣ୍ଡିଆ (ଆଇସିଏମ୍ଆଇ) ପୂର୍ବାଞ୍ଚଳ ଇଣ୍ଡିଆ ରିଜିଓନାଲ କାଉନ୍‌ସିଲ ଏବଂ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ‘ ରୁପାନ୍ତର: ନୂତନ ଭାରତ-ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆହ୍ଵାନ ଏବଂ ସୁଯୋଗ” ବିଷୟ ସମ୍ପର୍କୀତ ୪୩ ତମ ରିଜିଓନାଲ କଷ୍ଟ କନ୍‌ଫେରେନ୍ସ ପୁରୀ ଜିଲ୍ଲା ବଳିଆପଣ୍ଡାସ୍ଥିତ ବୁ ଲିଲି ବିଚ୍ ରିସୋର୍ଟ ଠାରେ ଅନୁଷ୍ଠିତ ହେବ। ତୁଷାରକାନ୍ତ ବେହେରା, ରାଜ୍ୟ ମନ୍ତ୍ରୀ (ସ୍ୱାଧୁନ ଚାର୍ଜ) , ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, କ୍ରୀଡା ଏବଂ ଯୁବ ସେବା ବିଭାଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିବେ। ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ସମ୍ମାନୀତ ଅତିଥୁ ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସିଏମ୍ ପ୍ରଦୀପ କୁମାର ଦାସ୍‌, ସିଏମ୍‌ଡି, ଆଇଆର୍‌ଇଡିଏ, ପଙ୍କଜ ଲୋଚନ ମହାନ୍ତି, ସିଏମ୍‌ଡି, ଏମ୍‌ଜିଏମ୍ ମିନେରାଲ୍ସ ଲି., ସିଏମ୍ ଗଗନ ବିହାରୀ ସ୍ୱାଇଁ, ନିର୍ଦ୍ଦେଶକ (ଫାଇନାନ୍ସ ଏବଂ କର୍ପୋରେଟ୍ ଆଫେୟାର୍ସ), ଗ୍ରିଡ୍‌କୋ ଲି., ଆହୁତି ସ୍ଵାଇଁ, ନିର୍ଦ୍ଦେଶକ (ପର୍ସନାଲ), ଇଷ୍ଟର୍ଷ କୋଲ ଫିଲ୍ମ ନିଃ , ସିଏମ୍ ବିଭୂତି ଭୂଷଣ ନାୟକ, ଭାଇସ୍ ପ୍ରେସିଡେଣ୍ଟ, ଆଇସିଏମ୍ଆଇ, ସିଏମ୍ (ଡଃ) ଭି ମୂରଲୀ, କାଉନ୍ସିଲ ସଦସ୍ୟ, ଆଇସିଏମ୍ଏଆଇ, ସିଏମ୍ ଅଭିଜିତ ଗୋସ୍ଵାମୀ, କାଉନ୍ସିଲ ସଦସ୍ୟ ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ। ଆଇସିଏମ୍ଏଆଇର ଅନ୍ୟାନ୍ୟ ପରିଷଦ ସଦସ୍ୟ ସିଏମ୍ ଉତ୍ତମ କୁମାର ନାୟକ, ଚେୟାରମ୍ୟାନ୍, ସିଏମ୍ଏ ଦାମୋଦର ମିଶ୍ର, କୋଷାଧ୍ୟକ୍ଷ ଏବଂ ଆଇସିଏମ୍ଏଆଇ-ଇଆଇଆର୍‌ସିର ଅନ୍ୟାନ୍ୟ ଆଞ୍ଚଳିକ ପରିଷଦ ସଦସ୍ୟ, ସିଏମ୍ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଚେୟାରମ୍ୟାନ, ସିଏମ୍ ରମେଶ ଚନ୍ଦ୍ର ପାତ୍ର, ସିଏମ୍ ଶରତ କୁମାର ବେହେରା, ସିଏମ୍ ସୌମ୍ୟ ରଞ୍ଜନ ଜେନା ଏବଂ ଆଇସିଏମ୍ଆଇ-ଭୁବନେଶ୍ୱର ଚାପ୍ଟରର ଅନ୍ୟାନ୍ୟ ପରିଚାଳନା ସଦସ୍ୟ ମାନେ ଏହି ସମ୍ମିଳନୀରେ ଯୋଗ ଦେବେ। ଏଥରେ ଫ୍ୟାନ୍ ଇଣ୍ଡିଆର ଜାତୀୟ ସ୍ତରୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନେ ବିଭିନ୍ନ ଟେକ ଟେକ୍ନିକାଲ ସେସନ୍ ଉପରେ ଅଭିଭାଷଣ ପ୍ରଦାନ କରିବେ l

Leave A Reply

Your email address will not be published.