ଉଦଯାପିତ ହେଲା ଆଇ.ସି.ଏ.ଆଇ ସମ୍ମିଳନୀ ଦରଦାମ ନିୟନ୍ତ୍ରଣରେ ସି.ଏମ.ଏ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

0 194

ଭୁବନେଶ୍ୱର 15/5( ପ୍ରତ୍ୟୁଷା ବ୍ୟୁରୋ )
ଆଚାର୍ଯ୍ୟବିହାର ସ୍ଥିତ ଆଇ ଏମ ଏମ ଟି ପ୍ରେକ୍ଷାଳୟରେ ଆଇ ସି ଏ ଅଫ ଇଣ୍ଡିଆର ତିନି ଦିନିଆ ସମ୍ମିଳନୀ ରବିବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ଭିତରେ ଉଦଯାପିତ ହୋଇଛି l ଦେଶର ଆର୍ଥିକ ପରିଚାଳନାରେ ବିଶେଷକରି ବାଣିଜ୍ୟ କାରବାରରେ ଦର ନିୟନ୍ତ୍ରଣରେ ସି ଏମ ଏ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା l ସମ୍ମିଳନୀରେ ପ୍ରତି ଦିନ ବିଜନେସ ଷ୍ଟ୍ରାଟେଜି ଉପରେ ଥିମ ପେପର ନିଆଯାଇ ମାନସ ମନ୍ଥନ କରାଯାଇଥିଲା l ଉଲ୍ଲେଖ ଯେ ଦେଶରେ ଓଡିଶା ଚାପ୍ଟରର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ସମ୍ମିଳନୀରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ l

Leave A Reply

Your email address will not be published.