କଳିଙ୍ଗ ଇନଡୋର ଆଥଲେଟିକ୍ସ ଏରିନା ହାସଲ କଲା ସମ୍ମାନଜନକ ବିଶ୍ୱ ଆଥଲେଟିକ୍ସ ବର୍ଗ -୧ ସାର୍ଟିଫିକେଟ ।

0 126

ଭୁବନେଶ୍ୱର, ୨୩.୧୨.୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ):କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା ଭାରତର ସର୍ବବୃହତ ଇନ୍ ଡୋର ଆଥଲେଟିକ୍ସ ଷ୍ଟାଡିୟମ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଏରିନା ଟ୍ରାକ୍ ଆଣ୍ଡ ଫିଲ୍ଡ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ସମ୍ମାନଜନକ କ୍ୟାଟେଗୋରୀ-୧ ସାର୍ଟିଫିକେଟ୍ ହାସଲ କରିଛି। ବିଶ୍ୱ କ୍ରୀଡ଼ା ମଞ୍ଚରେ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସର ଖ୍ୟାତିକୁ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ଏହି ମାନ୍ୟତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ I ପ୍ରଥମକରି ସ୍ଥାପନ ହୋଇଥିବା ଏହି ଅତ୍ୟାଧୁନିକ ମୋଣ୍ଡୋ ଟ୍ରାକ୍ ଅସାଧାରଣ ପ୍ରଦର୍ଶନ, ସ୍ଥାୟୀତ୍ୱ ଏବଂ ଆଥଲେଟ୍ ଅନୁକୂଳ ପୃଷ୍ଠଭୂମି ଏହି କେନ୍ଦ୍ରକୁ ଶୀର୍ଷସ୍ତରୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ଏକ କେନ୍ଦ୍ର ଭାବରେ ପ୍ରତିପାଦନ କରିପାରିବ I ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା କହିଛନ୍ତି ଯେ ଏହି ମାନ୍ୟତା କ୍ରୀଡ଼ାବିତମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚାଉଛି । ବର୍ଗ-୧ ସାର୍ଟିଫିକେଟ୍ ସୂଚାଉଛି ଯେ କଳିଙ୍ଗ ଇନ୍ ଡୋର ଆଥଲେଟିକ୍ସ ଏରିନା ଭିତ୍ତିଭୂମି, ସୁବିଧା ଏବଂ ବୈଷୟିକ ଦକ୍ଷତା ସମ୍ବନ୍ଧୀୟ କଠୋର ମାନଦଣ୍ଡ ପୂରଣ କରି ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଧାର୍ଯ୍ୟ ସର୍ବୋଚ୍ଚ ମାନଦଣ୍ଡକୁ ଅନୁସରଣ କରୁଛି । ଏହି ମାନ୍ୟତା ଦେଶର ଆଥଲେଟିକ୍ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଦ୍ୱାର ଫିଟାଇଛି ।

Leave A Reply

Your email address will not be published.