ଭୁବନେଶ୍ବରରେ 20,000 ଟଙ୍କାର ସପିଂ ଉପରେ ସ୍ବତନ୍ତ୍ର ସ୍ବର୍ଣ୍ଣ ମୁଦ୍ରା ଅଫର୍ ସହ ତନେଇରା ପାଳନ କରୁଛି ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ
ଭୁବନେଶ୍ବର, 20.12.23 ( ପ୍ରତ୍ୟୁଷା ବ୍ୟୁରୋ): ଟାଟାର ଉତ୍ପାଦ ‘ତନେଇରା’ ଏହାର ଭୁବନେଶ୍ବର ଷ୍ଟୋରର ପ୍ରଥମ ବାର୍ଷିକୀ ପାଳନ କରିବା ନେଇ ଆନନ୍ଦିତ ହେବା ସହ ଏହି ଅବସରରେ ସହରର ଶାଢ଼ି ପ୍ରେମୀ ଗ୍ରାହକମାନଙ୍କ ପାଇଁ ନେଇ ଆସିଛି ସ୍ବତନ୍ତ୍ର ସ୍ବର୍ଣ୍ଣ ମୁଦ୍ରା ଅଫର୍ ଡିସେମ୍ବର 20 ରୁ 24 ତାରିଖ ପର୍ଯ୍ୟନ୍ତ ଷ୍ଟେସନ ସ୍କୋୟାର୍, ପ୍ଲଟ୍ ନଂ 108 D, ଖାରବେଳ ନଗର, ମାଷ୍ଟରକ୍ୟାଣ୍ଟିନ୍ ଏରିଆ, ତନିଷ୍କ ଜୁଏଲାରୀ ପଛରେ ଅବସ୍ଥିତ ଥିବା ତନେଇରା ଷ୍ଟୋରକୁ ଆସୁଥିବା ଗ୍ରାହକମାନେ 20,000/- ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କିଣାକିଣି ଉପରେ ତନେଇରା ଠାରୁ ଉପହାର ସ୍ବରୂପ ଏକ 0.2 ଗ୍ରାମର ତନିଷ୍କ ସ୍ବର୍ଣ୍ଣ ମୁଦ୍ରା ପାଇବାର ସୁଯୋଗ ରହିଛି। ଏହି ଷ୍ଟୋରରେ ଶାଢ଼ି, ରେଡି-ଟୁ-ୱିୟର୍ ବ୍ଲାଉଜ୍ ଏବଂ କୁର୍ତ୍ତା ସେଟର ଅନେକ ଚମତ୍କାର ରେଞ୍ଜ୍ ରହିଛି ଯାହା ସାରା ଦେଶରୁ ଅସଲୀ ଏବଂ ପ୍ରାମାଣିକ ବୁଣାରେ ପ୍ରସ୍ତୁତ ଷ୍ଟୋରରେ ଥିବା ଏହି କଲେକ୍ସନ୍ ଭାରତର ବିବିଧତାପୂର୍ଣ୍ଣ ବସ୍ତ୍ର ଏବଂ ଅସାଧାରଣ କାରିଗରୀର ନିଦର୍ଶନ, ଯେଉଁଥରେ ବନାରସୀ ରେଶମର ଉତ୍କୃଷ୍ଟ ରେଞ୍ଜ, ପୁନରୁଦ୍ଧାର ହୋଇଥିବା ଡିଜାଇନ୍ ସହିତ ଆକର୍ଷଣୀୟ କାଞ୍ଜିବରମ୍, ମଧ୍ୟପ୍ରଦେଶର ଚମକପ୍ରଦ ଚନ୍ଦେରୀ ଏବଂ ମାହେଶ୍ବରୀ, ବେଙ୍ଗଲର ଜଟିଳ ଜାମଦାନୀ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ଉଜ୍ଜ୍ବଳ ବାନ୍ଧ କଳା ଏବଂ ବିହାର ଏବଂ ଓଡ଼ିଶାର ବହୁ ବିଳାସପୂର୍ଣ୍ଣ ଟସରର ବ୍ୟାପକ ସମାହାର ରହିଛି । ପାରମ୍ପରିକ ଭାରତୀୟ କାରିଗରୀକୁ ନେଇ ତନେଇରାର ଉତ୍ସବ କେବଳ ସେହି ପ୍ରଡକ୍ଟ ରେଞ୍ଜର ଜୀବନ୍ତତାରେ ନୁହେଁ ବରଂ ଷ୍ଟୋରର ସ୍ବାତନ୍ତ୍ର୍ୟରେ ମଧ୍ୟ ରହିଛି। ଉତ୍ସୁକ ଆଖ୍ ପାଇଁ ଏକ ଭିଜୁଆଲ ଟ୍ରିଟ୍ ସ୍ବରୂପ ଏହି ଷ୍ଟୋର୍ ଭାରତୀୟ ବୟନ, ମୋଟିଫ୍, ଲ୍ୟାଣ୍ଡସ୍କେପ୍ ଏବଂ ସଂସ୍କୃତିର ଯାଦୁଗରୀକୁ ପ୍ରତିଫଳିତ କରେ । ଏହି ଷ୍ଟୋର ସମଗ୍ର ଭାରତରୁ ଆସିଥିବା 100ରୁ ଅଧିକ ବୁଣାକାର କ୍ଲଷ୍ଟରର ବିଭିନ୍ନ ଶାଢ଼ି ମାଧ୍ୟମରେ ଗୋଟିଏ ଛାତ ତଳେ ଭାରତର ପ୍ରତିଶ୍ରୁତିକୁ ପୂରଣ କରିଥାଏ ।