ଏନ୍‌ଏସ୍‌ଇ ଇମର୍ଜ ପ୍ଲାଟଫର୍ମରେ ତାଲିକାଭୁକ୍ତ ଏସ୍ଏମ୍ଇ କମ୍ପାନିଗୁଡିକର ବଜାର ପୁଞ୍ଜି ୧,୦୦,୦୦୦ କୋଟି ଟଙ୍କା ଅତିକ୍ରମ ।

0 210

ଭୁବନେଶ୍ୱର, 6/12/23 ( ପ୍ରତ୍ୟୁଷା ବ୍ୟୁରୋ ): ଦେଶର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପ୍ରଥମ ଥର ପାଇଁ ଏନ୍‌ଏସ୍‌ଇ ଇମର୍ଜ ପ୍ଲାଟଫର୍ମରେ ଏକ ଲକ୍ଷ କୋଟି ବଜାର ପୁଞ୍ଜି ହାସଲ କରିଛି । ୨୦୧୨ରେ ଏହାର ପ୍ରତିଷ୍ଠା ପରଠାରୁ, ଏନ୍‌ଏସ୍‌ଇ ଏସଏମଇ ପ୍ଲାଟଫର୍ମ ଆମ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ଏକ ଉପଯୋଗୀ ଏବଂ ସ୍ଥାୟୀ ସୁଯୋଗ ପ୍ରଦାନ କରୁଛି । ବର୍ତମାନ ସୁଦ୍ଧା ୩୯୭ଟି କଂପାନି ୭,୮୦୦ କୋଟିରୁ ଅଧୂକ ପାଣ୍ଠି ସଂଗ୍ରହ କରି ଏନଏସଇ ଇମର୍କରେ ତାଲିକାଭୁକ୍ତ ହୋଇଛନ୍ତି । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ନିଙ୍କି ଏସଏମଇ ଇମର୍ଜ ଇଣ୍ଡେକ୍ସ, ଯେଉଁଥରେ ବର୍ତମାନ ୧୯ଟି କ୍ଷେତ୍ରର ୧୬୬ଟି କମ୍ପାନି ସାମିଲ ରହିଛନ୍ତି । ନଭେମ୍ବର ୨୦୨୩ ସୁଦ୍ଧା ବାର୍ଷିକ ୩୯.୭୮% ହାରରେ ସେମାନେ ଆଗକୁ ବଢ଼ିଛନ୍ତି ଯାହା ଏକ ଉଲ୍ଲେଖନୀୟ ରେକର୍ଡ ଏବଂ ଆମ ଦେଶର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ଏସ୍ଏମ୍ଇ କ୍ଷେତ୍ରର ବର୍ଦ୍ଧିତ ଅବଦାନକୁ ସୂଚିତ କରୁଛି । ଚଳିତ ବର୍ଷ ପ୍ରାରମ୍ଭରେ ଏନଏସଇ ଏହାର ମେନ୍ ବୋର୍ଡ ପ୍ଲାଟଫର୍ମରେ ଏସଏମଇ ତାଲିକାଭୁକ୍ତ କମ୍ପାନିଗୁଡିକର ସ୍ଥାନାନ୍ତର ଉପରେ ଏହାର ଏନଏସଇ ଇମର୍ଜ ମାନଦଣ୍ଡକୁ ସୁଦୃଢ଼ କରିଥିଲା । ତାହା ନିୟାମକ ଅନୁପାଳନକୁ ବ୍ୟାପକ କରିବା ସହିତ ଉଚ୍ଚ ଗୁଣବତା କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରିଥିଲା । ବର୍ତମାନ ୧୩୮ଟି କମ୍ପାନି ଏନ୍‌ଏସ୍‌ଇ ମେନ୍ ବୋର୍ଡ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏନଏସଇର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, “ଏନ୍‌ଏସ୍‌ଇ ଇମର୍ଜ ତାଲିକାଭୁକ୍ତ କମ୍ପାନୀଗୁଡିକ ଏକ ଲକ୍ଷ କୋଟି ବଜାର ପୁଞ୍ଜି ଅତିକ୍ରମ କରିବା ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଟ । ଏହା ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏମଏସଏମଇଗୁଡ଼ିକର ଲୁକ୍କାୟିତ ସମ୍ଭାବନାକୁ ଦର୍ଶାଉଛି ।

Leave A Reply

Your email address will not be published.