ଟାଟା ମୋଟର୍ସ ପକ୍ଷରୁ ଭୁବନେଶ୍ବରରେ ଅତ୍ୟାଧୁନିକ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା ।

0 132

ଭୁବନେଶ୍ବର, ୨୪ ଜୁଲାଇ, ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): ଭାରତର ଅଗ୍ରଣୀ ଅଟୋମୋବାଇଲ ଉତ୍ପାଦନକାରୀ ଟାଟା ମୋଟର୍ସ, ଓଡ଼ିଶାର ଭୁବନେଶ୍ଵରରେ ଦ୍ଵିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (ଆରଭିଏସଏଫ)ର ଶୁଭାରମ୍ଭ ସହିତ ନିରନ୍ତର ଗତିଶୀଳତା ପାଇଁ ପ୍ରତିବଦ୍ଧତା ଜାରି ରଖୁଛି । ‘ରି..ରି-ରିସାଇକିଲ ୱିଥ ରେସପେକ୍ଟ ନାମରେ ଏହି ଉନ୍ନତ ସୁବିଧାକୁ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାର ତଥା ଟାଟା ମୋଟର୍ସର ଅନ୍ୟ ପ୍ରତିନିଧୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଆଇଏସ, ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ, ଓଡିଶା ସରକାର ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ । ଅତ୍ୟାଧୁନିକ ସୁବିଧା ପରିବେଶ ଅନୁକୂଳ ପ୍ରକ୍ରିୟା ବ୍ୟବହାର କରି ପ୍ରତିବର୍ଷ ୧୦,୦୦୦ ସ୍ଥାନକୁ ନିରାପଦରେ ଏବଂ ନିରନ୍ତର ଭାବରେ ଏହା ସ୍ଟ୍ରାଫି କରିବାର କ୍ଷମତା ରଖୁଛି । ସମସ୍ତ ବ୍ରାଣ୍ଡର ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନଗୁଡ଼ିକୁ ସ୍ତାପ କରିବା ପାଇଁ ଆରଭିଲସଏଫ ଟାଟା ମୋଟର୍ସ ପାର୍ଟନର ଏମ୍ରେଓ ପ୍ରିମିୟମ ଦ୍ବାରା ବିକଶିତ ଏବଂ ପରିଗୁଳିତ । ଏହି ଉଦଘାଟନ ରାଜସ୍ଥାନର ଜୟପୁରରେ ପ୍ରଥମ ସୁବିଧାର ସଫଳତାକୁ ଅନୁସରଣ କରି ଏବଂ କମ୍ପାନୀର ସ୍ଥାୟୀ ପଦକ୍ଷେପ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଟ ଚିହ୍ନିତ କରିବାକୁ ସକ୍ଷମ ହୋଇଛି । ଓଡିଶାରେ ଟାଟା ମୋଟର୍ସ ‘ରି.ୱି.ରି ଆରଭିଏସଏଫ’ର ଶୁଭାରମ୍ଭ ଅବସରରେ ଓଡିଶା ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ, ଆଜି ଓଡିଶାର ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସରେ ଏକ ମହତ୍ଵପୂର୍ଣ୍ଣ ମାଇଲଖୁଟ ହୋଇଛି ।ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ, ଅର୍ଥନୈତିକ ଅଭିବୃଦ୍ଧି ଘଟାଇବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପରିବେଶ ଅନୁକୂଳ ଯାନ ସ୍କାଫିର ଆବଶ୍ୟକତା ପୂରଣ କରିବ । ଏକ ଅତ୍ୟାଧୁନିକ ସୁବିଧା, ରି.ୱି.ରି ପରିବେଶ ଅନୁକୂଳ ଅଭ୍ୟାସକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଇ ସମସ୍ତ ବ୍ରାଣ୍ଡରେ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନଗୁଡ଼ିକୁ ଭାଙ୍ଗିବା ପାଇଁ ଉଦ୍ଦେଶ୍ୟ-ନିର୍ମିତ । ଏହା ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା, ସମସ୍ତ ଅପରେଶନ ବିହୀନ ଏବଂ କାଗଜହୀନ । ଅତିରିକ୍ତ ଭାବରେ, ଟାୟାର, ବ୍ୟାଟେରୀ, ଇନ୍ଧନ, ତେଲ, ତରଳ ପଦାର୍ଥ ଏବଂ ଗ୍ୟାସ ସହିତ ବିଭିନ୍ନ ଉପାଦାନର ନିରାପଦ ବିସର୍ଜନ ପାଇଁ ଉତ୍ସର୍ଗୀକୃତ ଷ୍ଟେଶନ ଅଛି । ପ୍ରତ୍ୟେକ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନର ଆବଶ୍ୟକତା ପୂରଣ ପାଇଁ ନିର୍ଦ୍ଦିଷ୍ଟ ଭାବରେ ପରିକଳ୍ପିତ ଏକ ଉପଯୁକ୍ତ ଡକ୍ୟୁମଂଟଶନ ଏବଂ ବିଲୋପ ପ୍ରକ୍ରିୟା ଗ୍ରହଣ କରାଯାଇଥାଏ । ଏହା କରିବା ଦ୍ବାରା, ବିଲୋପ ପ୍ରକ୍ରିୟା ସବିଶେଷ ଧ୍ୟାନକୁ ସୁନିଶ୍ଚିତ କରେ, ସମସ୍ତ ଉପାଦାନଗୁଡିକର ନିରାପଦ ନିଷ୍କାସନକୁ ନିଶ୍ଚିତ କରେ । ପରିଶେଷରେ, ରି…ରି ସୁବିଧା ଅଟୋମୋବାଇଲ ଶିଳ୍ପ ମଧ୍ୟରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବା ପାଇଁ ଏକ ସୁବିଧା ସୃଷ୍ଟି କରିଥାଏ ।

Leave A Reply

Your email address will not be published.