ଭୁବନେଶ୍ବର, 10/06/23 (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍ମେଟ୍ ଓ ସେନ୍ ଗୋଲ୍ଡ ଡ୍ରାଇମଣ୍ଡର ମିଳିତ ଆନୁକୁଲ୍ୟରେ ରେଳଦୁର୍ଘଟଣା ବାଲେଶ୍ଵର ନିକଟ ବାହାନାଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ଆହତମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ଏକ ରକ୍ତଦାନ ଶିବିର କରାଯାଇଅଛି। ସେମାନଙ୍କୁ ଏହି ବିପଦ ସମୟରେ ସହଯୋଗ କରିବା ନିମନ୍ତେ ଡାକ୍ତରଖାନାରେ ସେମାନଙ୍କର ପରିବାରବର୍ଗଙ୍କୁ ଭେଟି ମାନସିକ ସ୍ଥିରତା ଓ ଧୈର୍ଯ୍ୟ ରଖିବା ନିମନ୍ତେ ସହଯୋଗ କରାଯାଇ ଅଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଅଛି।
ଏହି ଶିବିରକୁ ଲଲିତେନ୍ଦୁ ମହାନ୍ତି (OISF) ସେନ୍ ଗୋଲ୍ଡ ଡାଇମଣ୍ଡର ଶ୍ରୀଯୁକ୍ତ କୁନ୍ତଲ ଗୋସ୍ଵାମୀ ଶ୍ରୀଯୁକ୍ତ ପ୍ରତ୍ୟୁଷ କୁମାର ତ୍ରିପାଠୀ, ଡଃ. ଅଞ୍ଜଳି ତ୍ରିପାଠୀ ସଭାପତି ହେଲ୍ସମେଟ୍ ଶିବିରକୁ ଉଦ୍ଘାଟନ କରିଥିଲେ। ହେଲ୍ସମେଟ୍ର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି କି ଓଡ଼ିଶାର ନୂଆ ପିଢ଼ିର ରକ୍ତଦାଦାଙ୍କୁ ଅନୁପ୍ରାଣିତ କରାଇ ରକ୍ତଦାନ ଶିବିର ଅନୁଷ୍ଠିତ ହେଲେ ଓଡ଼ିଶାର ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ। ଏହି ଶିବିରରେ ଡଃ. ଶୁସିଲ୍ କୁମାର ପଟ୍ଟନାୟକ ସମସ୍ତ ରକ୍ତଦାତାମାନଙ୍କୁ ରକ୍ତଦାନର ମହତ୍ଵ ଉପରେ ବୁଝାଇଛନ୍ତି। ଶିବିରକୁ ଚମକ ଚାନ୍ଦିନୀ ଦାଶ, ବବିତା ମହାନ୍ତି, ଦିପ୍ତି ପଟ୍ଟନାୟକ, ସନ୍ଧ୍ୟାରାଣୀ ପୃଷ୍ପୀ, ଶିପୁ ଘଡ଼େଇ, ମମତାରାଣୀ ସେଠୀ, ମାନସ ଥାଟୋଇ ଉପସ୍ଥିତ ରହି ସୁଚାରୁ ରୁପେ ପରିଚାଳନା କରିଛନ୍ତି ।
