‘ଅଭିପ୍ରେତ କାଳ’, ଓଡ଼ିଆ ଭାଷାର ଉପନ୍ୟାସ, କୁ ‘ବ୍ୟାଙ୍କ ଅଫ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାରପାଇଁ ମନୋନୀତ କରାଯାଇଛି ।

0 149

ଭୁବନେଶ୍ବର, 29.05.23 (ପ୍ରତ୍ୟୁଷା ବ୍ୟୁରୋ):ଅଭିପ୍ରେତ କାଳ’, ଓଡ଼ିଆ ଭାଷାର ଉପନ୍ୟାସ, କୁ ‘ବ୍ୟାଙ୍କ ଅଫ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାର ପାଇଁ ମନୋନୀତ କରାଯାଇଛି।ଏହି ପୁରସ୍କାର ଭାରତୀୟ ଭାଷାରେ ସାହିତ୍ୟ କୃତି ଓ ଏହାର ହିନ୍ଦୀ ଅନୁବାଦକୁ ସ୍ବୀକୃତି ପ୍ରଦାନ କରୁଛି, ଏବଂ ଏହାକୁ ଉଭୟ ମୂଳ ଲେଖକଓ ଅନୁବାଦକଙ୍କୁ ପ୍ରଦାନ କରାଯିବପ୍ରସିଦ୍ଧ ଲେଖକ ଓ ବୁକର ପୁରସ୍କାର ବିଜେତା ମିସ୍ ଗୀତାଞ୍ଜଳୀ ଶ୍ରୀ ଏହି ୫ ଜଣିଆ ବିଚାରକମଣ୍ଡଳୀର ସଦସ୍ୟ ଅଛନ୍ତିଭୁବନେଶ୍ଵର, ମେ ୨୯, ୨୦୨୩ : ବ୍ୟାଙ୍କ ଅଫ୍ ବରୋଦା (ବ୍ୟାଙ୍କ), ଭାରତର ଏକ ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ, ଏହାର‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାର ୨୦୨୩ ର ପ୍ରଥମ ସଂସ୍କରଣର ୧୨ ଟି ନୋମିନେସନର ତାଲିକାକୁ୨୪,୦୫, ୨୦୨୩ ରେ ଘୋଷଣା କରିଛନ୍ତି । ଓଡ଼ିଆ ଉପନ୍ୟାସ ‘ଅଭିପ୍ରେତ କାଳ’ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୨ ଟିଉପନ୍ୟାସ ମଧ୍ୟରୁ ଅନ୍ୟତମ । ଏହି ସ୍ଵତନ୍ତ୍ର ପୁରସ୍କାରକୁ ବିଭିନ୍ନ ଭାରତୀୟ ଭାଷାରେ (ସମ୍ବିଧାନର ୮ମ ସୂଚୀରେ ଅନ୍ତର୍ଗତ) ସାହିତ୍ୟ କୃତିକୁସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ସ୍ଥାପନା କରାଯାଇଛି । ଏହା ସହିତ ଏହା ମାଧ୍ୟମରେ ବିଭିନ୍ନ ଭାଷାର ଉତ୍କୃଷ୍ଟ ସାହିତ୍ୟ ଗୁଡ଼ିକ ହିନ୍ଦୀ ଭାଷାରେପାଠକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ, ଏହା ସହିତ ଏହାର ପରିସର ବ୍ୟାପକ ହୋଇପାରିବ ଓ ଏହିସବୁ ଉପନ୍ୟାସ ଗୁଡ଼ିକୁବହୁସଂଖ୍ୟକ ପାଠକମାନେ ପଢ଼ିପାରିବେ ।‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାରକୁ ଉଭୟ ମୂଳ ଲେଖକ ଓ ଏହି ପୁସ୍ତକର ହିନ୍ଦୀ ଅନୁବାଦକଙ୍କୁ ପ୍ରଦାନକରାଯିବ । ପୁରସ୍କାର ପ୍ରାପ୍ତ ମୂଳ ପୁସ୍ତକର ଅନୁବାଦକ ଓ ଏହାର ହିନ୍ଦୀ ଅନୁବାଦକ ଯଥାକ୍ରମେ ଟ. ୨୧.୦୦ ଲକ୍ଷ ଟ. ୧୫,୦୦ ଲକ୍ଷପ୍ରାପ୍ତ କରିବେ । ଅନ୍ୟପକ୍ଷରେ, ଏହାର ପରବର୍ତୀ ବଛା ଯାଇଥିବା ପାଂଚଟି ପୁସ୍ତକର ମୂଳ ଲେଖକ ଓ ହିନ୍ଦୀ ଅନୁବାଦକ ଯଥାକ୍ରମେଟ.୩,୦୦ ଲକ୍ଷ ଓ ଟ. ୨,୦୦ ଲକ୍ଷ ପାଇବେ ।ଆଜି ଭୁବନେଶ୍ବରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଶ୍ରୀମତୀ ପାରମିତା ଶତପଥୀ, ମୂଳ ଲେଖକ ଓ ଶ୍ରୀ ଅଜୟ କୁମାରପଟ୍ଟନାୟକ, ଏହି ମନୋନୀତ ପୁସ୍ତକ ‘ଅଭିପ୍ରେତ କାଳ’ ର ଅନୁବାଦକ ଏକ ପ୍ୟାନେଲ୍ ଆଲୋଚନାରେ ଶ୍ରୀ ଦେବଦତ ଚାନ୍ଦ,ଏକ୍‌ଜିକ୍ୟୁଟିଭ୍ ଡା ଯୋଗ ଦେଇଥିଲେ।

Leave A Reply

Your email address will not be published.