୧୯ ରୁ ଗ୍ଲୋବାଲ ବିଜନେସ କାର୍ନିଭାଲ୍

0 189

ଭୁବନେଶ୍ୱର, 17.05.23 (ପ୍ରତ୍ୟୁଷା ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନଠାରେ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ “ଗ୍ଲୋବାଲ୍ ବିଜିନେସ କାର୍ନିଭାଲ୍-୨୦୨୩” ଆୟୋଜିତ ହେବ । ଏହା ଆସନ୍ତା ୧୯ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୨ଟା ରୁ ୯ଟା ଯାଏଁ ଚାଲିବ । ଏହି ପୂର୍ବ ଭାରତର ସର୍ବବୃହତ ମଲ୍ଟି ସେକ୍ଟର ବି୨ ବି ଓ ବି୨ ସି ପ୍ରଦର୍ଶନୀ ହେବ । ଓଡିଶାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ଆୟୋଜକ ଏହି କାର୍ନିଭାଲ୍ ସମ୍ପୁର୍ଣ୍ଣ ବତାନୁକୁଳିତ ହ୍ୟାଙ୍ଗରରେ ଆୟୋଜନ କରୁଛନ୍ତି । ଗୁପ୍ତା ଇଭେନ୍ଟସ ମ୍ୟାନେଜମେନ୍ଟ ଏମଏସଏମଇ ଏବଂ କୋଏର ବୋର୍ଡ ସହିତ ଅନୁବନ୍ଧିତ ହୋଇ କ୍ଷୁଦ୍ର ବ୍ୟବସାୟିକ ଅନୁଷ୍ଠାନ ପାଇଁ ସରକାରୀ ରିହାତିର ବ୍ୟବସ୍ଥା ରହିଛି । ଏହି ପ୍ରଦର୍ଶନୀରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧୂମାନେ ଅଂଶ ଗ୍ରହଣ କରିବେ । ଏଠାରେ ବିଭିନ୍ନ ପ୍ରକାର ଏକ୍ସପୋମାନ ଯଥାକ୍ରମେ ପ୍ରପର୍ଟି ବ୍ରାଣ୍ଡ ଏକ୍ସପୋ, ଫଣ୍ଡିଚର ଆଣ୍ଡ ଇନ୍ଟରିଅର୍, ଗ୍ଲୋବାଲ ଏଡୁକେସନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍, ହେଲଥ୍ ଆଣ୍ଡ ୱେଲୁନେସ୍, ସ୍ଵଦେଶୀ, ଅଟୋ ଏକ୍ସପୋ ସହିତ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଉତ୍ପାଦମାନ ମିଳିବ। ଏଥ୍ ସହିତ ସମସ୍ତ ପ୍ରକାର ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜା ଉତ୍ପାଦମାନ ମଧ୍ୟ ପ୍ରଦର୍ଶିତ ହେବ । ବହୁ ଚର୍ଚ୍ଚିତ ହୋଟେଲ ଏବଂ ରେଷ୍ଟୁରାନ୍ସ ସହ ମିଳିତ ଭାବେ ଫୁଡ୍ ଫେଷ୍ଟିଭାଲର ଆୟୋଜନ ହେବ । ଏହି ସବୁ ମଧ୍ୟରୁ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ଉପସ୍ଥିତ ଜନତାମାନଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବା ସହିତ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ଵାରା ଏକ ଫୁଡ୍ ଜୋନ୍‌ର ବ୍ୟବସ୍ଥା କରାଯାଇଛି ଯାହା ଦ୍ଵାରା ସମସ୍ତେ ସ୍ଵାଦିଷ୍ଟ ଏବଂ ସୁସ୍ଥକର ଖାଦ୍ୟ ଉପଭୋଗ କରିପାରିବେ ।

Leave A Reply

Your email address will not be published.