ମାର୍ଚ୍ଚ 25 ରେ ରାଜଧାନୀରେ ବିଶାଳ ଜନଜାତି ସମାବେଶ

0 295

ଭୁବନେଶ୍ୱର 19/3( ପ୍ରତ୍ୟୁଷା ନ୍ୟୁଜ ): ଆସନ୍ତା ମାର୍ଚ୍ଚ 25 ରେ ରାଜଧାନୀ ଭୁବନେଶ୍ୱର ର ଜନତା ମୈଦାନରେ ବିଶାଳ ସମାବେଶ ଆୟୋଜିତ ହୋଇଛି l ଧର୍ମାନ୍ତରିତ ମାନଙୁ ଅନୁସୂଚିତ ଜନଜାତି ତାଲିକାରୁ ବାଦ ଦେବା ଏହି ସମାବେଶ ର ଉଦ୍ଦେଶ୍ୟ l ପ୍ରକାଶ ଯେ.ଜୟ ଭାରତ ଭବନ, ଭୁବନେଶ୍ବରଠାରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସୁରକ୍ଷା ମଞ୍ଚର ପ୍ରାନ୍ତ ସଂଯୋଜକ ଶକ୍ତିଦୟାଲ କିନ୍ତୁ ଏବଂ ବିଶିଷ୍ଟ ଜନଜାତି ସନ୍ୟାସୀ ସ୍ଵାମୀ ଶିବାନନ୍ଦ ଆର୍ଯ୍ୟ ଏହି ସମ୍ମିଳନୀକୁ ମାର୍ଗଦର୍ଶନ କରିଥିଲେ । ଦେଶର ସମ୍ବିଧାନର ଧାରା ୩୪୧ ଅନୁସାରେ ଅନୁସୂଚିତ ଜାତିର ଲୋକମାନେ ଧର୍ମାନ୍ତରିତ ହେଲା ପରେ ଯେପରି ତାଙ୍କର ସଂରକ୍ଷଣ ସୁବିଧା ହରାଉଛନ୍ତି ଧାରା ୩୪୨ ଦ୍ଵାରା ଅନୁସୂଚିତ ଜନଜାତି ମାନଙ୍କ ପାଇଁ ସେପରି ନିୟମ ଲାଗୁ କରାଯାଇ ନାହିଁ । ଫଳରେ ଧର୍ମାନ୍ତରିତ ହେଲା ପରେ ମଧ୍ୟ ଏହି ଜନଜାତି ମାନେ ସଂଖ୍ୟାଲଘୁ ଏବଂ ଜନଜାତି ଉଭୟ ପ୍ରକାର ଲାଭ ଉପଭୋଗ କରୁଛନ୍ତି, ଯାହାଦ୍ଵାରା ମୂଳ ଧର୍ମ ସଂସ୍କୃତିର ଅନୁସରଣ କରୁଥିବା ଜନଜାତି ଚାକିରୀ, ଛାତ୍ରବୃତ୍ତି ଏବଂ ସରକାରୀ ଅନୁଦାନରେ ଅଧିକ ଭାଗ ନେଇପାରୁଛନ୍ତି । ଏଥିପାଇଁ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଥମେ ୨୦୦୯ରେ ୨୮ ଲକ୍ଷ ଜନଜାତିଙ୍କ ହସ୍ତାକ୍ଷର ସମ୍ବଳିତ ସ୍କାରକ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ, ୨୦୨୦ରେ ୨୮୮ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର, ୨୦୨୧ ରେ ୨୦୭ ଜିଲ୍ଲାରେ ଜନଜାତି ସମାବେଶର ଆୟୋଜନ ତଥା ଗତ ୨୦୨୨ରେ ୪୪୮ ସାଂସଦକୁ ବ୍ୟକ୍ତିଗତ ସାକ୍ଷାତ କରାଯାଇ ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ଆବେଦନ କରାଯାଇଥିଲା । ସେହିପରି ଆମ ରାଜ୍ୟରେ ମଧ୍ୟ ୧୪ଟି ଜିଲ୍ଲାରେ ଜିଲ୍ଲା ସମାବେଶ ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହାର ଆଗାମୀ କାର୍ଯ୍ୟକ୍ରମ ଦୃଷ୍ଟିରୁ ୨୫ ମାର୍ଚ୍ଚରେ ଜନତା ମଇଦାନ ଭୁବନେଶ୍ବରଠାରେ ଏକ ବିଶାଳ ଜନଜାତି ସମାବେଶରେ ଆୟୋଜନ କରାଯାଇଛି, ଯାହାର ମୁଖ୍ୟ ଆହ୍ବାନ ହେଲା “ଧର୍ମାନ୍ତରିତ ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ଅଲଗା କରାଯାଉ” । ଏହି ସମାବେଶରେ ପ୍ରତି ଜିଲ୍ଲାରୁ ଜନଜାତି ଭାଇ ଭଉଣୀ ମାନେ ପାରମ୍ପାରିକ ବେଶ ଭୂଷା ଏବଂ ବାଦ୍ୟଯନ୍ତ୍ରରେ ସଜ୍ଜିତ ହୋଇ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.