ସନସାଇନ ହସ୍ପିଟାଲରେ ସଫଳ ରୋବଟିକ ଆଣ୍ଠୁ ଅସ୍ତ୍ରୋପଚାର

0 292

ତା: 30.01.2023,ଭୁବନେଶ୍ବର (ପ୍ରତ୍ୟୁଷା ବ୍ୟୁରୋ):ସ୍ଥାନୀୟ ଲକ୍ଷ୍ମୀସାଗର ସ୍ଥିତ ସନସାଇନ ହସ୍ପିଟାଲ ରେ ବାଲେଶ୍ଵର ଜିଲ୍ଲର ପୀଡିତ 52 ବର୍ଷୀୟା ମହିଳା ଶ୍ରୀମତୀ ଶାନ୍ତିଲତା ଦାସ ଗତ 15 ବର୍ଷ ଧରି ଜଟୀଳ ଆଣ୍ଠୁ କଷ୍ଟରେ ପୀଡିତ ହୋଇ ବିଭିନ୍ନ ମେଡିକାଲ ତଥା ଦୀର୍ଘ ଦିନ ଔଷଧ ସେବନ ପରେ ମଧ୍ୟ ତାଙ୍କର ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିନଥିଲା। 29 jannuary ରେ ସନସାଇନ ହସ୍ପିଟାଲ ର ଅସ୍ଥି ଶଲ୍ୟ ବିଭାଗର ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କୁ ସାକ୍ଷାତ୍ କରିଥିଲେ, ତାଙ୍କ ପରାମର୍ଶ ଅନୁଯାଇ କିଛି ରକ୍ତ ପରୀକ୍ଷା ଏବ୍ଂ ଡିଜିଟାଲ X – Ray କରାଇ ଉକ୍ତ ମହିଳାଙ୍କୁ ଆଡମିସନ କରି ରୋବଟିକ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ହସ୍ପିଟାଲ୍ ର ନିଶ୍ଚେତକ ବିଭାଗୀୟ ମୁଖ୍ୟ ବିରଞ୍ଚି ନାରାୟଣ ପ୍ରତିହାରୀ ଙ୍କ ଦ୍ଵାରା ଆନାସ୍ତାସିଆ ଦେବାର କିଛି କ୍ଷଣ ପରେ, ଏହି ବିରଳ ରୋବଟିକ ଆଣ୍ଠୁ ଅସ୍ତ୍ରୋପଚାର ଡାଃ ପଣ୍ଡା ଏବଂ ତାଙ୍କ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିଲା। ରୋବଟିକ surgery ହେଉଛି ବର୍ତ୍ତମାନ ସମୟରେ ସର୍ବୋତ୍କୃଷ୍ଟ ଏବଂ ଆତ୍ୟାଧୁନିକ ପ୍ରତ୍ୟାରୋପଣ ପଦ୍ଧତି ଅଟେ। ଏହି ଅପରେସନ ପରେ ରୋଗୀ ବହୁ ଶୀଘ୍ର ଉପସମ ହେଇଥାଏ। ତଥା 1 ରୁ 2 ଦିନ ମଧ୍ୟରେ ବିନା କାହାର ସାହାଯ୍ୟରେ ଚାଲିବାକୁ ସକ୍ଷମ ହେଇଥାଏ। ସେହିପରେ ଏହାର ଅନ୍ୟତମ ବିଶେଷତ୍ଵ ହେଉଛି @ବିନା ରକ୍ତ ସ୍ରାବ @ବିନା ଯନ୍ତ୍ର୍ରଣାର ଆଣ୍ଠୁ ଭାଙ୍ଗିବା @ସଠିକ Implant ସ୍ଥାପନ @ଶୀଘ୍ର ଉପସମ ଇତ୍ୟାଦି। ଉକ୍ତ ଅପରେଶନ ର ଖର୍ଚ ପ୍ରାୟ ଦେଢ ଲକ୍ଷ୍ୟ ରୁ ଦୁଇ ଲକ୍ଷ୍ୟ ପର୍ଯ୍ୟନ୍ତ ଲାଗିଥାଏ, ଯାହା କି (ରୋଗୀର କହିବା, ରହିବା, ଅପରେଶନ ଖର୍ଚ, ଔଷଧ ତଥା ପରୀକ୍ଷା ସହିତ) । ସନସାଇନ ହସ୍ପିଟାଲ ରେ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ମାଧ୍ୟମରେ ଏହି ଅପରେସନ ତଥା ଅନ୍ୟାନ୍ୟ ଚିକିତ୍ସା ବିନା ମୂଲ୍ଯ ରେ ଉପଲବ୍ଧ ଅଟେ। ସନସାଇନ ହସ୍ପିଟାଲ ର ସମସ୍ତ ନିର୍ଦ୍ଦେଶକ ବ୍ରିଗେଡ଼ିଅର ପ୍ରଫେସର( ଡଃ) ପ୍ରଫୁଲ୍ଲ କୁମାର ସାହୁ ,ଡାକ୍ତର ପୟୋଦ କୁମାର ଜେନା, ଡାକ୍ତର ପ୍ରଦୀପ ନାରାୟଣ ସାହୁ ତଥା ଡାକ୍ତର ଅୟସକାନ୍ତ ମହାନ୍ତି ଡାକ୍ତର ପଣ୍ଡା ଏବଂ ତାଙ୍କ ଟିମ୍ ଦ୍ଵାରା କରାଯାଉଥିବା ଏହି ବିରଳ ଅସ୍ତ୍ରୋପଚାର କୁ ଭୂୟସୀ ପ୍ରଶଂସା କରିଥିଲେ। ଡାଃ ପ୍ରଫୁଲ୍ଲ କୁମାର ସାହୁ ହସ୍ପିଟାଲ୍ ରେ ଉପଲବ୍ଧ ହେଉଥିବା ସମସ୍ତ ଚିକିତ୍ସା ସୁବିଧା ବିଷୟ ରେ ଅବଗତ କରାଇଥିଲେ । ପରିଶେଷରେ ଅନୁଷ୍ଠାନର ସିଇଓ ଶ୍ରୀଯୁକ୍ତ ଭିନୀତ ସାଇନ୍ ରୋବଟିକ ସର୍ଜରୀ ଆସନ୍ତା ପିଢି ପାଇଁ ଏକ ବିଶେଷ ସ୍ଥାନ ନେବାରେ ଅନେକ ସହାୟ ହେବ। ପରିଶେଷରେ ଆମନ୍ତ୍ରିତ ସମସ୍ତ ସଦସ୍ୟ ତଥା ମିଡିଆ ବନ୍ଧୁ ବାନ୍ଧବୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.