ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ ରାଜ୍ୟପାଳଙ୍କ ହାତରୁ ଗ୍ରହଣ କଲେ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ

0 631

ଭୁବନେଶ୍ୱର 26/01 ( ପ୍ରତ୍ୟୁଷା ବ୍ୟୁରୋ ):ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶଙ୍କୁ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ ଓଡିଶା ଅଗ୍ନିଶମ ବିଭାଗର ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ (ଫାୟାର ଅଫିସର) ପ୍ରଶାନ୍ତ କୁମାର ଦାଶଙ୍କୁ ୨୦୨୩ ମସିହା ସାଧାରଣତନ୍ତ୍ର ଦିବସରେ ମହାମହିମ ରାଜ୍ୟପାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ବିବେଚିତ ହୋଇଥିବା ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ ଏକ ସତନ୍ତ୍ର ଉତ୍ସବରେ ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ଏହି ବିଶିଷ୍ଟ ସେବା ପଦକ ପାଇଁ ଅଗ୍ନିଶମ ଅଧୀକାରୀ ଶ୍ରୀ ଦାଶଙ୍କୁ ୨୦୨୨ ମସିହାରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଓଡିଶା ଅଗ୍ନିଶମ ସେବା ସଂସ୍ଥାର ଏକମାତ୍ର ଅଧୀକାରୀ ଭାବେ ମନୋନିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଦାଶ ରାଜ୍ୟ ଅଗ୍ନିଶମ ବିଭାଗରେ ୨୦୦୦ ମସିହାରେ କେନ୍ଦ୍ରାଧୁକାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୦୮ ମସିହାରେ ବେଷ୍ଟ ଅଫିସର ଏବଂ ୨୦୧୭ରେ ରାଷ୍ଟ୍ରପତିଙ୍କ ଉଲ୍ଲେଖନୀୟ ସେବା ପଦକ ପାଇଥିଲେ । ଅଗ୍ନିଶମ ସେବା କ୍ଷେତ୍ରରେ ବିଶେଷ ପାରଦର୍ଶିତା ଅର୍ଜନ ପାଇଁ ଶ୍ରୀ ଦାଶ ବିଦେଶରେ ପ୍ରଶିକ୍ଷଣ ନେଇ ପ୍ରଶିକ୍ଷତ ହୋଇଥିବା ବେଳେ ଏବେ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧକାରୀ ଭାବେ ଅବସ୍ଥାପିତ ଅଛନ୍ତି ।

Leave A Reply

Your email address will not be published.