ଶ୍ରାମ ଗ୍ରୁପ ଓଡିଶାରେ ନିବେଶ କରିବ ତିନି ଶହ କୋଟି।ବମ୍ବଲ ଵି ଫ୍ଲାଇଟ ରାଜ୍ୟରେ ଯୋଗାଇବ ଡ୍ରୋନ ସେବା।

0 221

ଭୁବନେଶ୍ବର, 4/12/22 (ପ୍ରତ୍ୟୁଷା ବ୍ୟୁରୋ):ୟୁକେ ସ୍ଥିତ ଏସିଆରଏଏମ (SRAM) ଏବଂ ଏମଆରଏଏମ (SRAK) ଗ୍ରୁପ ବମ୍ବଲ ବି ଫ୍ଲାଇଟ୍‌ ପ୍ରାଇଭେଟ ଲିମିଟେଡରେ ୩୦୦ କୋଟି ଟଙ୍କାର ପୁଞ୍ଜି ଖଟାଇବାର ପ୍ରତିଶୃତି ଦେଇଛନ୍ତି । ସେମାନେ ସଦ୍ୟ ସମାପ୍ତ ବିଶ୍ଵ ସ୍ତରୀୟ ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୨ ରେ ଏହି ଘୋଷଣା କରିଛନ୍ତି | ବମ୍ବଲ ବି ଫ୍ଲାଇଟ୍‌ ପ୍ରାଇଭେଟ ଲିମିଟେଡ ବେଙ୍ଗେଲୁରୁ ସ୍ଥିତ ଏକ ଷ୍ଟାର୍ଟ-ଅପ ଅଟେ ଯାହାକି ଏଆଇ ପାୱାର୍ଡ, କମ୍ପଲକୁ କିନ୍ତୁ ଉଚ୍ଚକୋଟିର ସମନ୍ବିତ ଏୟାର ମୋବିଲିଟୀ ସିଷ୍ଟମ ବିକଶିତ କରିବାରେ ପାରଦର୍ଶିତା ହାସଲ କରିଛନ୍ତି । ସେମାନଙ୍କ ପ୍ରସ୍ତୁତ ପ୍ରଥମ କମ୍ପ୍ଲେକ୍‌ ମେସିନଟି ହେଉଛି ଏକ ସ୍ଵନିୟନ୍ତ୍ରିତ ଏକ ଆସନ ବିଶିଷ୍ଟ ମାନବବାହକ ଡ୍ରୋନ୍ ଯାହାକି ସହରା ଳ ଆକାଶପଥ ପରିବହନ ରେ ଉପଯୋଗୀ ହେବା ସହିତ ଏୟାର ଆମ୍ବୁଲାନ୍ସ, ଚି ବିନୋଦକ କ୍ରିୟାକଳାପ, ଭାରୀ ସାଜ ସରଞ୍ଜାମ ପରିବହନ ଆଦି ପାଇଁ ବେଶ ଭୁପଯୋଗୀ ହୋଇଥାଏ ।

ଏ ସମସ୍ତ ସରଞ୍ଜାମକୁ ବିଶ୍ବର ବିଭିନ୍ନ ଦେଶର ନାଗରିକ ଉଡ୍ଡୟନ ପ୍ରାଧୂକରଣର ସମସ୍ତ କଡା ନିୟମକୁ ଦୃଷ୍ଟିରେ ରଖ୍ ପ୍ରସ୍ତୁତ କରାଯାଇଥାଏ । ଏସିଆରଏଏମ (SRAH) ଏବଂ ଏମଆରଏଏମ (SRAM) ଗ୍ରୁପ ହେଉଛି ୮ଟି ବୈଶିକ ସହଯୋଗୀଙ୍କର ଏକ ଅଗ୍ରଣୀ ଆନ୍ତର୍ଜାତିକ ଏକୀକୃତ ସଂସ୍ଥା । ଏଥିରେ ୧୦ଟି କମ୍ପାନୀ ଅଛନ୍ତି ଯେଉଁଗୁଡିକ କି ୩୫ଟି ସ୍ଥାନରେ ଅବସ୍ଥିତ ଅଛନ୍ତି ଓ ଯାହାର ମୁଖ୍ୟାଳୟ ସବୁ ଲଣ୍ଡନରେ ରହିଛି ।

ଏସଆରଏଏମ (SRAK) ଏବଂ ଏମଆରଏଏମ (SRAM) ଗ୍ରୁପ କମ୍ପାନୀରେ ୧୫ଟି ଭିନ୍ନ ଭିନ୍ନ ଦେଶ ତଥା ଜାତୀୟତାର ୩୦୦ ରୁ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟ କରନ୍ତି । କମ୍ପାନୀର ବି୧ (Bee 1) ହେଉଛି ପ୍ରଥମ ଡ୍ରୋନ ଯାହାକି ୨୦୨୪ ସୁଦ୍ଧା ବିଶ୍ଵ ବଜାର ପାଇଁ ପ୍ରସ୍ତୁତ ହୋଇଯିବାକୁ ଯାଉଛି । ପର ପର ବର୍ଷ ଗୁଡିକରେ କମ୍ପାନୀ ଏହି ପ୍ରକାରର ଅନେକ ବିବଧ ତଥା ଜଟିଳ ଏୟାର ମୋବିଲିଟୀ ସିଷ୍ଟମ ପ୍ରସ୍ତୁତ କରିବାକୁ ଯାଉଛି ।

Leave A Reply

Your email address will not be published.