ଜ୍ୟୋତି ନେକ୍ସା ‘ ଅଫ୍ ରୋଚିଂ ଏକ୍ସପେରିଏନ୍ସ ୱିଥ ଗ୍ରାଣ୍ଡ ଭିଟାରା’ ଆୟୋଜିତ

0 133

ଭୁବନେଶ୍ବର 5/12/22 (ପ୍ରତ୍ୟୁଷା ବ୍ୟୁରୋ): ସମ୍ଭାବ୍ୟ କ୍ରେତା ଏବଂ ଅଫ-ରୋଲିଂ ପ୍ରତି ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଜ୍ୟୋତି ନେକ୍ସା ପକ୍ଷରୁ ଚଳିତ ଡିସେମ୍ବର ୫ ତାରିଖରେ ‘ ଅଫ୍ ରୋନିଂ ଏକ୍ସପେରିଏନ୍ସ ୱିଥ୍ ଗ୍ରାଣ୍ଡ୍ ଭିଟାରା’ ଆରମ୍ଭ ହୋଇଛି ଏବଂ ଏହା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଗ୍ରାଣ୍ଡ୍ ଭିଟାରାର ମୁଖ୍ୟ ଦିଗଗୁଡିକ ଏବଂ ବୈଶିଷ୍ଟ୍ୟଗୁଡିକୁ ମନ ମଧ୍ୟରେ ରଖ୍ ସ୍ଵତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଏକ ଅଫ୍-ରୋଲିଂ ଟ୍ରାକ୍‌ରେ ଏହି ଅଫ୍‌ଡିଂ ଅନୁଭୂତିକୁ କାର୍ଯ୍ୟକାରୀ କରାଯାଉଛି । ଗ୍ରାହକମାନେ ସ୍ଵତନ୍ତ୍ର ଭାବରେ ନିର୍ମିତ ଅଫ୍-ରୋଡ ଟ୍ରାକ୍ ଏବଂ ପାର୍ବତାଂଚଳରେ ଉପରକୁ ଚଢିବା, ପର୍ବତ ଗଡାଣି, ଆକ୍ସଲରେସନ, ବ୍ରେକିଂ, ରମ୍ବଲର୍ସ, ଆକ୍ଟଲ ଟ୍ଵିଷ୍ଟର, ଆର୍ଟିକୁଲେସନ ଏବଂ ଟିଲ୍‌ ଆଙ୍ଗଲ ଆଦି ରାସ୍ତାରେ ଥିବା ବହୁବିଧ ପ୍ରତିବନ୍ଧକ ମଧ୍ୟରେ ଗାଡିଚାଳନାକୁ ଉପଭୋଗ କରୁଛନ୍ତି ।

ଏହି ଧରଣର ଅଫ୍-ରୋଲିଂ ଅନୁଭୂତି ଉତ୍ସାହୀ ବ୍ୟକ୍ତିବିଶେଷଙ୍କୁ ଗ୍ରାଣ୍ଡ୍ ଭିଟାରାର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ସମ୍ପର୍କରେ ବୁଝିବା ନିମନ୍ତେ ତାଲିମପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ତଦାରଖରେ ଗ୍ରାଣ୍ଡ୍ ଭିଟାରା ଚଳାଇବାର ଏକ ଅନନ୍ୟ ଅନୁଭବ ପ୍ରଦାନ କରୁଛି । “ ଗ୍ରାହକମାନଙ୍କ ପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥାରେ ସେମାନଙ୍କର ପ୍ରକୃତ ସାମର୍ଥ୍ୟର ଅନୁଭବ ନେବାକୁ ଗ୍ରାଣ୍ଡ ଭିଟାରା ବିଷୟରେ ଅଧିକ ଜାଣିବାକୁ ଏହାଠାରୁ ଆଉ ଅଧିକ ଭଲ କିଛି ଉପାୟ ହୋଇନପାରେ । ଏହିଭଳି ଏକ ଅଫ-ରୋଲିଂ ଅନୁଭୂତି ଗ୍ରାଣ୍ଡ୍ ଭିଟାରାର ମାତ୍ରାଧ୍ଵକ ସାମର୍ଥ୍ୟ ଓ ଗତିଶୀଳତା ପ୍ରଦର୍ଶନ କରିବା ନିମନ୍ତେ ଆମକୁ ଏକ ସୁଯୋଗ ଦେଉଛି, ଯାହା ସର୍ବାଧୂକ କଷ୍ଟକର ଭୌଗୋଳିକ ପରିବେଶରେ ମଧ୍ୟ ପ୍ରଦର୍ଶନ କରିବାକୁ ଡିଜାଇନ ଓ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.