କୃଷକଙ୍କ ଦ୍ୱି ଗୁଣିତ ଆୟବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ

0 161

ଭୁବନେଶ୍ୱର 20/10 ( ପ୍ରତ୍ୟୁଷା ବ୍ୟୁରୋ )ରାଜ୍ୟ ସରକାର ଚାଷୀଙ୍କୁ ଦ୍ୱିଗୁଣିତ ଆୟ ଦେବାପାଇଁ ସରକାରୀ ସ୍ତରରେ ବହୁବିଧ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି କୃଷି ଉତ୍ପାଦ କମିଶନର ତଥା ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି l

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଚଳିତ ବର୍ଷ ମେ ମାସରେ ଓଡିଶା ସରକାର ଅନ୍ତର୍ରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା
ସଂସ୍ଥା (IFPRI) ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ଦୀର୍ଘମିଆଦୀ ସହଭାଗୀତା ଭିତ୍ତିରେ ରାଜ୍ୟ
କୃଷକ ମାନଙ୍କର ଆୟ ବୃଦ୍ଧି ତଥା ରାଜ୍ୟ ଗ୍ରାମାଞ୍ଚଳ ପରିବାରର ଆର୍ଥିକ ବୃଦ୍ଧି ପାଇଁ ନୀତି ନିର୍ଦ୍ଧାରଣ ଏବଂ ବିଭିନ୍ନ
କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟାନ୍ଵୟନ କରିବା ଏହି ବୁଝାବଣା ପତ୍ରର ଲକ୍ଷ୍ୟ । ଏହି
ସହଭାଗୀତା ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଏକ ନେଟୱର୍କ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖୁଛି ଯେଉଁଥିରେ
ନୀତି ନିର୍ଦ୍ଧାରକ ଓ ବେସରକାରୀ ସଂସ୍ଥା ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା
ଗୁଡିକୁ ପ୍ରାଥମିକତା ଭିଭିରେ ସମାଧାନ କରିବା ଓ କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ନିମନ୍ତେ ପୋଷଣୀୟ ପ୍ରଯୁକ୍ତି ବିଦ୍ୟାର
ପ୍ରୟୋଗ କୃଷି କ୍ଷେତ୍ରରେ ଉତ୍ତମ ପ୍ରଥାର ପ୍ରଚଳନ ଏବଂ ଅଭିନବ ନୀତିର ତ୍ଵରିତ କାର୍ଯ୍ୟାନ୍ଵୟନ ନିମନ୍ତେ
ଏଥିରେ ଲକ୍ଷ୍ୟ ରଖାଯାଇଛି ।


ଏହି ବୁଝାମଣା ପତ୍ର ଆଧାରରେ କୃଷକ ମାନଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ଖାଦ୍ୟ
ଉତ୍ପାଦନ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ମିଳିତ
ସହଯୋଗରେ ଭୁବନେଶ୍ବର ଠାରେ ୨୦ ଓ ୨୧ ଅକ୍ଟୋବର, ୨୦୨୨ ତାରିଖରେ ଏକ ଉଚ୍ଚ ସ୍ତରୀୟ
ନୀତିନିର୍ଦ୍ଧାରଣ ରାଉଣ୍ଡ ଟେବୁଲ ବୈଠକର ଆୟୋଜନ କରାଯାଉଛି ।

Leave A Reply

Your email address will not be published.