ଆକର୍ଷଣୀୟ ଡିଲ ଆଣିଛି ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ

0 146

ଭୁବନେଶ୍ବର,7/10/22 (ପ୍ରତ୍ୟୁଷା ବ୍ୟୁରୋ):‘ହାପିନେସ୍ ଅପଗ୍ରେଡ୍ ଡେଜ୍ ଭୁବନେଶ୍ଵର: ଚଳିତ ସେପ୍ଟେମ୍ବର ୨୩ ତାରିଖରୁ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ) ଆରମ୍ଭ ହୋଇଥିବାବେଳେ ବର୍ତମାନ ଆମାଜନ.ଇନ ପକ୍ଷରୁ ବର୍ତମାନ ଇଂଟେଲ ଇଭୋ ଦ୍ଵାରା ସମର୍ଥିତ ‘ହାପିନେସ୍ ଅପଗ୍ରେଡ ଡେଜ୍’ର ଘୋଷଣା କରାଯାଇଛି । ଏହା ଚଳିତ ଅକ୍ଟୋବର ୪ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ଗ୍ରାହକମାନେ ବିଭିନ୍ନ ବର୍ଗର ଉତ୍ପାଦ ଉପରେ ଅତିରିକ୍ତ ସଂଚୟ ସୁବିଧା ପାଇପାରିବେ । ଦି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ – ‘ହାପିନେସ୍ ଅପଗ୍ରେଡ୍ ଡେଜ୍’ ସ୍ଵତନ୍ତ୍ର ଡିଲ ଆଣିଛି ଓ ସେଲର ଏବଂ ବ୍ରାଣ୍ଡମାନଙ୍କ ଦ୍ବାରା ବ୍ୟାପକ ଶ୍ରେଣୀୟ ଅଫର ପ୍ରଦାନ କରାଯାଉଛି । ଏଥିରେ ସ୍ମାର୍ଟଫୋନ, ବୃହତ ଉପକରଣ ଓ ଲାପଟପ୍, ଟିଭି, ହୋମ ଓ କିଚେନ ଉତ୍ପାଦ, କମ୍ପ୍ୟୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାସନ ଓ ବ୍ୟୁଟି, ଦୈନିକ ସାମଗ୍ରୀ ଓ ଆହୁରି ଅନେକ କିଛି ସାମିଲ ରହିଛି । ସିଟି ବ୍ୟାଙ୍କ, ଆରବିଏଲ, ୱାନକାର୍ଡ ଓ ରୁପେ କ୍ରେଡିଟ ଏବଂ ଡେବିଟ କାର୍ଡରେ ୧୦% ତୁରନ୍ତ ରିହାତି ସହିତ ଅଧ୍ବକ ସଂଚୟ କରିବାର ସୁଯୋଗ ପାଇପାରିବେ ଏବଂ ଏଥିରେ ଇଏମଆଇ ଟ୍ରାଞ୍ଜାକ୍ସନର ସୁବିଧା ମଧ୍ୟ ରହିଛି । ଅଗ୍ରଣୀ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ବଜାଜ୍ ଫିନସର୍ଭ ଓ ଆମାଜନ ପେ ଲ୍ୟାଟରରେ ନୋ-କଷ୍ଟ ଇଏମଆଇ ସୁବିଧା ଉପଭୋଗ କରିପାରିବେ । ଗ୍ରାହକମାନେ ମଧ୍ୟ ଡିଜିଟାଲ ଗୋଲ୍ଡ କ୍ରୟ କ୍ଷେତ୍ରରେ ଅତିରିକ୍ତ ଫେଷ୍ଟିଭ ଅଫର ତଥା ୧୦୦୦ଟଙ୍କା ଫେରସ୍ତ ପାଇପାରିବେ ଏବଂ ଏହା ସହିତ ଗିଫ୍ଟ କାର୍ଡ କ୍ରୟ କ୍ଷେତ୍ରରେ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ସୁବିଧା ପାଇପାରିବେ । ଏଥିରେ ଗ୍ରାହକମାନେ ବିଭିନ୍ନ ବର୍ଗରେ ଟପ୍ ବ୍ରାଣ୍ଡ ମଧ୍ୟରୁ ୨୦୦୦ ରୁ ଅଧିକ ନୂଆ ଉତ୍ପାଦରୁ ଚୟନ କରିପାରିବେ । ସମସ୍ତ ବ୍ୟାଙ୍କର ପ୍ରିପେଡ କାର୍ଡ ଟ୍ରାଞ୍ଜାକ୍ସନରେ ବଛା ବଛା ସ୍ମାର୍ଟଫୋନରେ ଅତିରିକ୍ତ ୨୨୫୦ଟଙ୍କାର ତୁରନ୍ତ ରିହାତି ପାଇପାରିବେ । ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ଲକ୍ଷ ଲକ୍ଷ ସେଲରମାନେ ସାମିଲ ହୋଇଛନ୍ତି ଓ ଗ୍ରାହକମାନଙ୍କୁ ଆମାଜନରେ ଲକ୍ଷ ଲକ୍ଷ ଉତ୍ପାଦ ପ୍ରଦାନ କରୁଛନ୍ତି । ଯେଉଁଥିରେ ଭାରତୀୟ ଏସଏମବି ଓ ଲୋକାଲ ଷ୍ଟୋର୍।

Leave A Reply

Your email address will not be published.