ଦେବୀ ମା’ଙ୍କୁ ଭବ୍ୟ ସ୍ବାଗତ ଜଣାଇ ରିଲିଜ୍ ହେଲା ସୁସ୍ମିତା ଦାସଙ୍କ ନବ ଦୁର୍ଗା ସ୍ତୋତମ୍

0 162

ଭୁବନେଶ୍ବର,26/09/22 (ପ୍ରତ୍ୟୁଷା ବ୍ୟୁରୋ):”ଅୟିଗିରି ନନ୍ଦିନୀ’ ଏବଂ “ପୃଥ୍ବୀ ମନ୍ଥନ”ର ନିର୍ମାତାଙ୍କ ଦ୍ବାରା ନିର୍ମିତ ଏହି ମନଛୁଆଁ ମ୍ୟୁଜିକ୍ ଭିଡିଓ ଦେବୀ ଆଦିଶକ୍ତିଙ୍କ ପରାକ୍ରମ ବିଷୟରେ ମନେପକେଇ ଦେଉଛି । ଏବେ ଆସିଥିବା ଭକ୍ତିଭରା ନବ ଦୁର୍ଗା ସ୍ତୋତମ୍ ମା’ଙ୍କ ଦିବ୍ୟ ଅନୁଭବକୁ ପାଇବା ପାଇଁ ଏକ ଅଭିନବ ପ୍ରୟାସ।

ସୁସ୍ମିତା ଦାସଙ୍କ ସୁମଧୁରର କଣ୍ଠରେ ଏବଂ ଅରୋମିରାର ଭିଡିଓ (ଦେବ ମେହେରଙ୍କ ନିର୍ଦ୍ଦେଶିତ) ସହିତ ଏହି ମ୍ୟୁଜିକ୍ ଭିଡିଓ ଉଭୟ ପ୍ରଡକ୍ସନ୍ ଏବଂ ଓଡ଼ିଶାର କଳା ଦୃଷ୍ଟିରୁ ନବ ଦୁର୍ଗା ସ୍ତୋତମ୍ ସବୁଠୁ ବଡ଼ ଏଥୁରେ ନବ ଦୁର୍ଗାଯଥା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ମନ୍ତ୍ର ସ୍ଥାନ ପାଇଛି। ଏହି ମ୍ୟୁଜିକ୍ ଭିଡିଓରେ ଓଲିଉଡ୍ ଅଭିନେତ୍ରୀ ବିଏମ୍ ବୈଶାଳୀ ଅଭିନୟ କରିଛନ୍ତି। ଏହି ଗୀତରେ ଭକ୍ତି ମାଧ୍ୟମରେ ଶକ୍ତିମୟୀ ମା’ଙ୍କ ପରାକ୍ରମର ଗୁଣଗାନ କରାଯାଇଛି। ଏହି ମନ୍ତ୍ରଗୁଡ଼ିକ ମା’ଙ୍କର ଗୁଣ ଓ ଦକ୍ଷତା ବାବଦରେ କହିବା ସହ ସେ କିପରି ଧନ, ଭାଗ୍ୟ ଓ ସମୃଦ୍ଧି ପ୍ରଦାନ କରନ୍ତି ସେ ବିଷୟରେ ବର୍ଣ୍ଣିତ। ଏହି ମ୍ୟଜିକ୍ ଭିଡିଓ ଦେଖୁସାରିବାର ଅନେକ ସମୟ ଯାଏଁ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ସହିତ ରହିବ। ପ୍ରତି ଗୀତରେ କିଛି ନୂଆ କରିବାର ପ୍ରୟାସ କରିଆସିଥିବା ସୁସ୍ମିତା ଦାସ ଏବଂ ନିର୍ଦ୍ଦେଶକ ଦେବ ମେହେର ପୁଣି ନୂଆ ଉତ୍ସାହର ସହିତ ଏହି ମ୍ୟୁଜିକ ଭିଡିଓକୁ ଲଞ୍ଚ କରିଛନ୍ତି। କଣ୍ଠଶିଳ୍ପୀ ସୁସ୍ମିତା ଦାସ କହିଛନ୍ତି, “ଏହି ଗୀତ ଆଦିଶକ୍ତି ଭକ୍ତମାନଙ୍କୁ ପ୍ରଦାନ କରୁଥିବା ପାଓ୍ବାର, ପ୍ରେରଣା, ପରିବର୍ତ୍ତନ ଏବଂ ବିପୁଳ ଦକ୍ଷତାର ଗୁଣଗାନ କରୁଛି।ଜପ l ମନ୍ତ୍ରର ସଂକ୍ରାମକ ଶକ୍ତି କିଛି ଦେଖିବାଭଳି! ” ନିର୍ଦ୍ଦେଶକ ଦେବ ମେହେର କହିଛନ୍ତି, “ଏହି ଗୀତଟି ଦେବୀଙ୍କ ମହାନତାକୁ ବର୍ଣ୍ଣନା କରିବା ପାଇଁ ଶକ୍ତିଶାଳୀ କଣ୍ଠସ୍ବର ଏବଂ ବୈପ୍ଲବିକ ଦୃଶ୍ୟ ଏକ ନିଖୁଣ ମିଶ୍ରଣ ଦେଖାଇବ।ଭିଜୁଆଲ୍ ଦୃଷ୍ଟିରୁ କହିଲେ, ପୂର୍ବରୁ ଏମିତି କିଛି କରାଯାଇ ନାହିଁ।”

Leave A Reply

Your email address will not be published.