ଆକାଶ ବାଇଜୁସ୍ ଭୁବନେଶ୍ଵରର ପ୍ରିୟ ସୋମଦତ୍ତ ୭୦୫ ନମ୍ବର ରଖୁବା ସହ ଏନ୍‌ଇଇଟି ୟୁଜି ୨୦୨୨ରେ ଏଆଇଆର୍ ୩୯ ବ୍ୟାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି ନେଫ୍ରୋଲୋଜିରେ ସ୍ପେଶାଲାଇଜେସନ କରିବାକୁ ଚାହାଁନ୍ତି, ମେଡିସିନ୍‌ରେ ଏହି ବିଷୟ ସବୁଠାରୁ ତାଙ୍କ ପାଇଁ ଆକର୍ଷଣୀୟ ବୋଲି ସେ ମନେକରନ୍ତି

0 163

ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ):ଏହା ସୁପରିଚିତ ଯେ ଡାକ୍ତର ଦମ୍ପତିଙ୍କ ଠାରୁ ଜନ୍ମ ହେଉଥିବା ପିଲାମାନେ ଉଚ୍ଚଶିକ୍ଷା ନିମନ୍ତେ ମେଡ଼ିସିନକୁ ପସନ୍ଦ କରିବା ନିମନ୍ତେ ସେମାନଙ୍କ ପାଇଁ ସମସ୍ତ ପ୍ରୋତ୍ସାହନ ରହିଥାଏ। ତେବେ କେହି ଡାକ୍ତର ନଥିବା ଏକ ପରିବାର ମଧ୍ୟ ସେହି ଖାଲିସ୍ଥାନ ପୂରଣ କରିବା ସକାଶେ ସେମାନଙ୍କ ପିଲାଙ୍କୁ ଏଥିପାଇଁ ପ୍ରଭାବଶାଳୀ ପ୍ରେରଣା ଦେଇପାରିବେ । ଆକାଶ ବାଇଜୁସ୍, ଭୁବନେଶ୍ଵରର ଜଣେ ଛାତ୍ର ପ୍ରିୟ ସୋମଦତ୍ତ ନାୟକ ଏହିଭଳି ଜଣେ ଉଦାହରଣ, ଯିଏ ଏନ୍‌ଇଇଟି ୟୁଜି ୨୦୨୨ରେ ୭୦୫ ନମ୍ବର ସହିତ ଏଆଇଆର୍ ୩୯ ବ୍ୟାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି । ଜଣେ ମାର୍କେଟିଂ ମ୍ୟାନେଜରଙ୍କ ପୁଅ ପ୍ରିୟ ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଡାକ୍ତରମାନଙ୍କର ‘ଆରୋଗ୍ୟକାରୀ ଶକ୍ତି’କୁ ଲକ୍ଷ୍ୟକରି ଏବଂ ତାଙ୍କ ପରିବାରରେ କେହି ଡାକ୍ତର ନଥିବା ଅନୁଭବ କରି ନିଜେ ଜଣେ ଡାକ୍ତର ହେବାକୁ ନିଷ୍ପଭି ନେଇଥିଲେ। “ ଏହିଭଳି ଘଟଣା ଘଟିଛି, ଯେତେବେଳେ ମୋତେ ମୁଣ୍ଡବିନ୍ଧା ଅଥବା ପାକସ୍ତୁଳି ବିନ୍ଧା ଭଳି ସାମାନ୍ୟ ଅସୁସ୍ଥତା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଡାକ୍ତରମାନଙ୍କର ଆରୋଗ୍ୟକାରୀ ଶକ୍ତି ଦେଖ୍ ମୁଁ ଚକିତ ହୋଇଛି। ମୁଁ ଏକଥା ମଧ୍ୟ ହୃଦ୍‌ବୋଧ କରିଥିଲି ଯେ ଆମ ପରିବାରରେ କେହି ଜଣେହେଲେ ଡାକ୍ତର ନାହାନ୍ତି । ମୁଁ ଜଣେ ଡାକ୍ତର ହୋଇପାରିବି କି ନାହିଁ ତାହା ମୁଁ ଭାବୁଥୁଲି । ସ୍କୁଲରେ ମୁଁ ସର୍ବଦା ଅଧିକ ନମ୍ବର ରଖୁଥୁଲି, ପ୍ରତ୍ୟେକ ଲୋକ କହୁଥିଲେ ଥରେ ପ୍ରୟାସ କଲେ ମୁଁ ସହଜରେ ଏନ୍‌ଇଇଟିରେ ଉତ୍ତୀର୍ଣ୍ଣ ହୋଇପାରିବି । ସେଥ୍‌ପାଇଁ ମୁଁ ୮ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆକାଶ ବାଇଜୁସ୍‌ରେ କୋଚିଂ ପାଇଁ ନାମ ଲେଖାଇଲି,’ ବୋଲି ପ୍ରିୟ ଅତୀତ କଥା ସ୍ମରଣ କରି କହିଛନ୍ତି। ଏଥ୍‌ସହିତ ତାଙ୍କ ଉପରେ ବିଶ୍ଵାସ ରଖୁଥିବାରୁ ସେ ନିଜ ବାପା ମା’ଙ୍କୁ ଧନ୍ୟବାଦ ଜଣା�

ସେହିଭଳି ଚିନ୍ତାଧାରା ମୋ ଆତ୍ମବିଶ୍ଵାସକୁ ଯେଭଳି ପଥଚ୍ୟୁତ ନକରିବ ତାହା ମୁଁ ପ୍ରୟାସ କରୁଥିଲି। ଚାପ ଦୂରେଇବା ଲାଗି ମୁଁଧ୍ୟାନ ପ୍ରାଣାୟାମ ଆଦି କରୁଥୁଲି,’ ବୋଲି ପ୍ରିୟ କହିଛନ୍ତି ।ପ୍ରିୟ ଆକାଶ ବାଇଜୁସ୍‌କୁ ପ୍ରଶଂସା କରି କହିଛନ୍ତି ଯେ ଏହା ଏକ ପ୍ରତିଯୋଗିତାମୂଳକ ପରିବେଶ ଏବଂ ଦିଶାନିର୍ଦେଶ ଯୋଗାଇଦେଉଛି । ପ୍ରିୟ ଅତ୍ୟନ୍ତ ମେଳାପୀ। ସେ ନିଜ ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା କରିବା ଏବଂ ସେମାନଙ୍କ ସହିତ ସମୟ ବିତାଇବାକୁଭଲ ପାଆନ୍ତି । ଆଉ କେତେକ ବିଷୟ ଯାହାକୁ ସେ ଉପଭୋଗ କରନ୍ତି, ସେଥୁମଧ୍ୟରେ କ୍ରିକେଟ ଦେଖିବା ଏବଂ ୟୁଟ୍ୟୁବ୍‌ରେକମେଡି ଦେଖିବା ସାମିଲ ରହିଛି। ସୌଭାଗ୍ୟକୁ ଏନ୍‌ଇଇଟିରେ ଅଧିକ ନମ୍ବର ରଖିବା ସକାଶେ ତାଙ୍କ ବାପା ମା’ ଅଥବା ଆକାଶବାଇଜୁସ୍‌ରେ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ କୌଣସି ଚାପ ନଥିଲା ଏବଂ ତାହା ବାସ୍ତବରେ ତାଙ୍କୁ ପରୀକ୍ଷା ନିମନ୍ତେ ତାଙ୍କରନିଜସ୍ଵ ଶୈଳୀ ଓ ସମୟ ମଧ୍ୟରେ ପ୍ରସ୍ତୁତ ହେବାରେ ସହାୟତା କରିଥିଲା। ପ୍ରିୟ ଏଆଇଆଇଏମ୍ସ, ଦିଲ୍ଲୀ ଅଥବାଏଆଇଆଇଏମ୍ସ, ଭୁବନେଶ୍ବରରେ ଏମ୍‌ବିବିଏସ୍ କରିବା ଏବଂ ଭବିଷ୍ୟତରେ ଜଣେ ନେଫ୍ରୋଲୋଜିଷ୍ଟ ହେବା ଲକ୍ଷ୍ୟ ରଖୁଛନ୍ତି,କାରଣ ଏହି ବିଷୟରେ ସ୍ପେଶାଲାଇଜେସନ ତାଙ୍କ ପାଇଁ ଅଧିକ ଆକର୍ଷଣୀୟ ବିବେଚିତ ହେଉଛି।ପ୍ରିୟ ସୋମଦତ୍ତଙ୍କର ଚମତ୍କାର ଏନ୍‌ଇଇଟି ପ୍ରଦର୍ଶନ ସମ୍ପର୍କରେ ମତଦେଇ ଶ୍ରୀ ଆକାଶ ଚୌଧରୀ, ମ୍ୟାନେଜିଂ ଡାଇରେକ୍ଟର,ଆକାଶ ବାଇଜୁସ୍ କହିଛନ୍ତି, “ପ୍ରିୟ ଜଣେ ସଠିକ ଭାବରେ କଟା ଯାଇନଥିବା ମଣି ଥିଲେ । ସେ ଜଣେ ସ୍କୁଲ ଟପ୍ପର ଥିଲେ ଏବଂଜୀବନରେ କିଛି ବଡ କରିବାକୁ ବ୍ୟଗ୍ର ଥିଲେ। ଆମେ ଅତ୍ୟନ୍ତ ଆନନ୍ଦିତ ଯେ ଆମେ ତାଙ୍କୁ ପ୍ରତିଯୋଗିତାମୂଳକ ପରିବେଶଯୋଗାଇ ଦେଇପାରିଥୁଲୁ ଏବଂ ସେ ଜୀବନରେ ଯେଉଁ ଆଶା ପୋଷଣ କରିଥିଲେ ସେହି ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଶକ୍ତିକୁସଠିକ ବାଟରେ ଉପଯୋଗ କରିବାକୁ ସମସ୍ତ ସମର୍ଥନ ଯୋଗାଇ ଦେଇଥିଲୁ। କୋଚିଂ ନେବା ବର୍ଷଗୁଡିକରେ ପ୍ରିୟ ନିରନ୍ତରଚମତ୍କାର ପ୍ରଦର୍ଶନକାରୀ ଭାବରେ ନିଜକୁ ପ୍ରମାଣିତ କରିଥିଲେ। ଇଣ୍ଟେନ୍‌ସିଭ ମକ୍ ଟେଷ୍ଟରେ ଭଲ ନମ୍ବର ରଖିଥିଲେ, ଯାହାବାସ୍ତବ ଏନ୍‌ଇଇଟି ପରୀକ୍ଷା ଅପେକ୍ଷା ସାମାନ୍ୟ ଅଧିକ ଜଟିଳ ।

Leave A Reply

Your email address will not be published.