ସଂଚୁରି ମ୍ୟାଟ୍ରେସ୍ ପକ୍ଷରୁ ଫୋମଟେଷ୍ଟିକ୍ କଲେକ୍ସନ୍‌ର ଶୁଭାରମ୍ଭ

0 194

ଭୁବନେଶ୍ବର,8/09/22 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ଅଗ୍ରଣୀ ସ୍ଟିପ ସ୍ପେଶାଲିଷ୍ଟ, ସଂଚୁରୀ ମ୍ୟାଟ୍ରେସ ପକ୍ଷରୁ ପର୍ଯ୍ୟାବରଣ-ଅନୁକୂଳ ଫୋମ୍ ମ୍ୟାଟ୍ରେସ-ଫୋମଟେଷ୍ଟିକ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଏହି ନୂଆ ମ୍ୟାଟ୍ରେସ୍ ରେଞ୍ଜରେ ପୋସ୍ଟର ପ୍ରୋ, ଭାଇବେକ୍ସ, ସମ୍ବୋପେଡିକ ୨.୦ ଏବଂ ଟଫ୍ ୨.୦ ଆଦି ଅନ୍ତର୍ଭୁକ୍ତ ରହିଛି । ‘ଭବିଷ୍ୟତ ଫୋମଟେଷ୍ଟିକ ଅଟେ’ ଅଭିଯାନ ଅଧୀନରେ ଏକ ସ୍ବତନ୍ନ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡିଆ ଅଭିନେତ୍ରୀ ଶ୍ରୀମତୀ ଅର୍ଚିତା ସାହୁଙ୍କ ଉପସ୍ଥିତିରେ ବ୍ୟାପାର ସହଯୋଗୀମାନଙ୍କ ପାଇଁ ଏହି ନୂଆ କଲେକ୍ସନର ଉନ୍ମୋଚନ କରାଯାଇଛି । ନୂତନ କପର ଜେଲ ଟେକ୍ନୋଲୋଜି ଦ୍ବାରା ଚାଳିତ ଫୋମଟେଷ୍ଟିକ ପୋସ୍ଟର ପ୍ରୋ ଏକ ଦୃଢ଼ ମେମୋରି ଫୋମ ମ୍ୟାଗ୍ରେସ ଅଟେ, ଯାହା ପିଠି’କୁ ସମର୍ଥନ ଦେଇଥାଏ ଏବଂ ରାତିରେ ଏକ ଭଲ ନିଦ୍ରା ସୁନିଶ୍ଚିତ କରିଥାଏ ।

ଭାଇବେକ୍ସ ଏକ ସର୍ଟି-ପିୟୁଆର ୟୁଏସ ପ୍ରମାଣିତ ଫୋମ୍ ମ୍ୟାଟ୍ରେସ ଯାହାକୁ ସୁଲଭ ମୂଲ୍ୟରେ ଅତିରିକ୍ତ ଆରାମ ପାଇଁ ଡିଜାଇନ କରାଯାଇଛି । ଓଡିଶା ସ୍ଥିତ ସଂଚୁରୀ କାରଖାନାରେ ଏହି ଉତ୍ପାଦଗୁଡିକୁ ବିକଶିତ କରାଯାଇଛି । ଫୋମଟେଷ୍ଟିକ କଲେକ୍ସନ ଅଧୀନରେ ଥିବା ମ୍ୟାଟ୍ରେସ ଗୁଡିକ’କୋମଳ’ରୁ ‘ଅତିରିକୁ ଦୃଢ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର ରହିଛି । ଏକ କିଙ୍ଗ ଆକାର ମ୍ୟାଟ୍ରେସ ପାଇଁ ଏହି ଉତ୍ପାଦର ମୂଲ୍ୟ ୧୭,୫୦୦ଟଙ୍କାରୁ ଆରମ୍ଭ ହେଉଛି ଏବଂ ମ୍ୟାଟ୍ରେସ ଉପରେ ସାତବର୍ଷ ପର୍ଯ୍ୟନ୍ତର ୱାରଂଟି ରହିଛି । ଏହି ପରିପେକ୍ଷୀରେ ସଂଚୁରୀ ମ୍ୟାଟ୍ରେସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଉତମ ମଲାନି କହିଛନ୍ତି, “ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଥିବା ସହିତ ସଂଚୁରୀ ମ୍ୟାଟ୍ରେସ’ରେ ଆମେ ଆମର ଗ୍ରାହକଙ୍କୁ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରିବାକୁ କଳ୍ପନା କରିଛୁ । ଆମେ ମଧ୍ୟ ଆମର ବଜାର ଆକାରକୁ ବିସ୍ତାର କରୁଛୁ ଏବଂ ଆମର ନୂତନ ଉତ୍ପାଦ ପରିସର – ନେଚୁରା ଲାଟେକ୍ସ ସହିତ ୧୦୦% ପ୍ରାକୃତିକ ମ୍ୟାଟ୍ରେସ ବିଭାଗରେ ପ୍ରବେଶ କରୁଛୁ । ଆଗାମୀ ପୂଜା ଏବଂ ପାର୍ବଣ ଋତୁରେ ଆମର ସମସ୍ତ ଖୁଚୁରା ଷ୍ଟୋରରେ ଗ୍ରାହକଙ୍କ ପାଇଁ ଏହି ଅଭିନବ ଉତ୍ପାଦଗୁଡିକ ଉପଲବ୍ଧ କରିବା ପାଇ�

Leave A Reply

Your email address will not be published.