କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

0 182

ବ୍ରହ୍ମପୁର,03/9 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ଏହାର ସମ୍ପୂର୍ଣ୍ଣ ନୂଆ ଗହଣା ସୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି । ସିଟି ହାଇସ୍କୁଲ୍ ରୋଡ୍‌ରେ ଅବସ୍ଥିତ ଏହି ନୂଆ ଓ ବିଳାସପୂର୍ଣ୍ଣ ସୋ’ରୁମ୍ ସହ କଲ୍ୟାଣ ଜୁଏଲର୍ସ ବ୍ରହ୍ମପୁରରେ ପ୍ରବେଶ କରିଛି ଓ ଏହି ନୂଆ ସୋ’ରୁମ୍ କଲ୍ୟାଣ ଜୁଏଲର୍ସର ସିଓଓ ଶ୍ରୀଯୁକ୍ତ ସଂଜୟ ରଘୁରମଣଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଛି । ନୂଆ ସୋ’ରୁମ୍ ଉନ୍ମୋଚନ ବିଷୟରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଓଡ଼ିଶା ରାଜ୍ୟରେ ଆମର ଦ୍ଵିତୀୟ ସୋ’ରୁମ୍‌ର ଶୁଭାରମ୍ଭ ଓ ବ୍ରହ୍ମପୁର ସହରରେ ପ୍ରବେଶ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ବିଗତ ବର୍ଷଗୁଡ଼ିକରେ ବ୍ୟକ୍ତିଗତ ଭାବେ ଭଲ ଲାଗିବା ଓ ସେବା ଭିତିକ ସପିଙ୍ଗ୍ ଅନୁଭୂତି ପ୍ରଦାନ କରି ଆମେ ଆମର ପୃଷ୍ଠପୋଷକମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ଆମେ ବଡ଼ ପଦକ୍ଷେପ ଗ୍ରହଣ କରିଛୁ । ବର୍ତମାନ, ଆମେ ଦୃଢ଼ ଗ୍ରାହକ ବିଶ୍ଵାସନୀୟତା ଓ ବଜାରରେ ବ୍ରାଣ୍ଡ୍ ପରିଚୟ ଉପଭୋଗ କରୁଛୁ ଏବଂ ଓଡ଼ିଶାରରେ ବଜାର ଅଂଶ ଓ ଆମ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରଣ କରି ଆମେ ତାହାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଛୁ । ଏହି ବଜାର ଯେଉଁଭଳି ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି ତାହାକୁ ବିଚାରକୁ ନେଇ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆମେ ଏହି ବଜାରରେ ଉଲ୍ଲେଖନୀୟ ସୁଯୋଗ ଥିବା ହୃଦୟଙ୍ଗମ କରିପାରିଛୁ । ଗ୍ରାହକମାନଙ୍କ ପାଖରେ ପହଂଚିବା ଲାଗି ହାଇପର୍‌ଲୋକାଲ୍ ରଣନୀତି ଅନୁସାରେ ଆମେ ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ସୋ’ରୁମ୍‌ରେ ଉତ୍ପାଦ ଉପସ୍ଥାପନ କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍ସବ ଭାବ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।’’

Leave A Reply

Your email address will not be published.