ଧରା ପଡିଲା ବିରଳ କ୍ୟାଟ ଫିସ

0 151

ଭୁବନେଶ୍ୱର 19/8 ( ପ୍ରତ୍ୟୁଷା ନ୍ୟୁଜ )
ଲଘୁଚାପ ଜନିତ ଲଗାଣ ବର୍ଷା ସମୟରେ ସହରୀ ବନ୍ୟା ସୃଷ୍ଟି ହୋଇଥିଲା l ଏହି ସମୟରେ ରାଜଧାନୀରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ପରିସ୍ଥିତି ଥିଲା l ଆଉ ସେସବୁ ଭିତରେ ହାଇଟେକ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି ରାଜ ଭବନରେ କାର୍ଯ୍ୟରତ ଥିବା ସୁରକ୍ଷା ଅଧିକାରୀ ଆଶିଷ ମହାପାତ୍ର l ଶ୍ରୀ ମହାପାତ୍ର ଏହାକୁ କ୍ୟାଟ ଫିସ ବୋଲି କହୁଛନ୍ତି l ଭୂମିକମ୍ପ ସମୟରେ କୁଆଡେ ଏହି ମାଛ ଭୁକମ୍ପର ପ୍ରାକ ସୂଚନା ଦେଇଥାଏ l ଏହି ମାଛ ଦେଖିବାକୁ ଏବେ ଗହଳି ଲାଗିରହିଛି l

Leave A Reply

Your email address will not be published.