ସୁଇମିଂ ଫେଡେରେସନ ଅଫ ଇଣ୍ଡିଆ ପ୍ରତିନିଧି ମଣ୍ଡଳୀଙ୍କ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ପରିଦର୍ଶନ

0 170

ଭୁବନେଶ୍ବର ,19/07/22 (ପ୍ରତ୍ୟୁଷା ବ୍ୟୁରୋ):

କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ପରିସରରେ ଚାଲିଥିବା 48 ତମ ଆକ୍ଵାଟିକ ଚମ୍ପିୟାନସିପ ଅବସରରେ ଆଜି ସୁଇମିଂ ଫେଡେରେସନ ଅଫ ଇଣ୍ଡିଆର ପ୍ରତିନିଧି ମଣ୍ଡଳୀମାନେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି I ଏହି ଅବସରରେ ପ୍ରତିନିଧି ମଣ୍ଡଳୀମାନେ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣଧୀନ ନୂତନ ଆକ୍ଵାଟିକ କମ୍ପ୍ଲେକ୍ସ, ନିର୍ମାଣଧୀନ ଇନଡୋର ଆଥଲେଟିକ ଷ୍ଟାଡିୟମ, ଅବିନବ ବିନ୍ଦ୍ରା ଟାର୍ଗେଟିଙ୍ଗ ପରଫରମାନ୍ସ ସେଣ୍ଟର ଏବଂ କଳିଙ୍ଗ ହକି ଷ୍ଟାଡିୟମ ଆଦି ବୁଲି ଦେଖିଥିଲେ I ଏହି ଅବସରରେ ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଖୁବ କମ ଦିନରେ ଓଡ଼ିଶାରେ ଯେଉଁଭଳି ଭାବେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ ହେଉଛି ତାହା ଆଗାମୀ ଦିନରେ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ I

Leave A Reply

Your email address will not be published.