ସୃଜନଶୀଳତା ପ୍ରଦର୍ଶନ ପାଇଁ ରେୟାରଫର୍ମ ଷ୍ଟୁଡିଓକୁ ଜାତୀୟ ପୁରସ୍କାର, ଓଡ଼ିଆ ପୁଅ ନୀଲ ଆୟାଙ୍କ କମାଲ୍

0 37

ଭୁବନେଶ୍ବର:୧୬ /୯/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ସୃଜଶୀଳତାକୁ ପାଥେୟ କରି ଓଡ଼ିଆ ପୁଅ ନିଲ୍ ଆୟା ଡିଜାଇନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଭୁବନେଶ୍ବରସ୍ଥିତ ଅଗ୍ରଣୀ ଡିଜାଇନ୍ ସଂସ୍ଥାରେୟାରଫର୍ମ ଷ୍ଟୁଡିଓ (Rareform Studio) ‘ଭାରତରଶ୍ରେଷ୍ଠ ୟଙ୍ଗ୍ ଡିଜାଇନ୍ ଷ୍ଟୁଡିଓ ପୁରସ୍କାର–୨୦୨୬’ ହାସଲକରିଛି । ଏହା ନୂଆ ଦିଲ୍ଲୀରେ ମଧ୍ୟ ଏହାର ଷ୍ଟୁଡିଓ ଖୋଲିଛି । ଏହି ଜାତୀୟ ସ୍ବୀକୃତି ଅବସରରେ ଷ୍ଟୁଡିଓ ପକ୍ଷରୁଭୁବନେଶ୍ବରରେ ‘ଓଡ଼ିଶାର ଡିଜାଇନ୍ ସଂସ୍କୃତିର ଭବିଷ୍ୟତ’ଶୀର୍ଷକ ଏକ ସ୍ବତନ୍ତ୍ର ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜିତହୋଇଥଲା।ଏହି ଆଲୋଚନାରେ ଓଡ଼ିଶାର ସମୃଦ୍ଧ କଳା, ହସ୍ତଶିଳ୍ପ,ସ୍ଥାପତ୍ୟ ଓ ପାରମ୍ପରିକ ସୃଜନଶୀଳତାକୁ ଆଧୁନିକଡିଜାଇନ୍ ସହ ଯୋଡ଼ିବା ନେଇ ମତବିନିମୟ ହୋଇଥିଲା।କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ଅଶ୍ରୁମୋଚନ ମହାନ୍ତି,ପଦ୍ମଶ୍ରୀ ଇଲିଆନା ଚିତାରିସ୍ତି, ଫ୍ୟାସନ୍ ଡିଜାଇନରସବ୍ୟସାଚୀ ଶତପଥୀ, ବଲିଉଡ୍ ଆର୍ଟିଷ୍ଟ ସୁକାନ୍ତ ପାଣିଗ୍ରାହୀଏବଂ ଏନ୍‌ଆଇଏଫ୍‌ଟିର ପ୍ରଫେସର ସୁସ୍ମିତା ବେହେରାପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ରେୟାରଫର୍ମ ଷ୍ଟୁଡିଓର ସହ-ପ୍ରତିଷ୍ଠାତାପ୍ରଶାନ୍ତ ଦ୍ବିବେଦୀ ସ୍ବାଗତ ଭାଷଣ ଦେଇ ଷ୍ଟୁଡିଓର ଯାତ୍ରା ଓସଫଳତା ବିଷୟରେ ଆଲୋକପାତ କରିଥିଲେ। ଡିଜାଇନ୍କେବଳ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ମୌଳିକ ଚିନ୍ତାଧାରା,କଳ୍ପନା ଓ କାହାଣୀ କହିବାର ଏକ ମାଧ୍ୟମ ବୋଲି ସେ ମତପ୍ରକାଶ କରିଥିଲେ। ଓଡ଼ିଶାର ପ୍ରାଚୀନ କଳା, ହସ୍ତଶିଳ୍ପ ଓସ୍ଥାପତ୍ୟ ଆଧୁନିକ ଡିଜାଇନ୍ ପାଇଁ ପ୍ରେରଣାର ଉତ୍ସ ବୋଲିସେ କହିଥିଲେ।ଷ୍ଟୁଡିଓର ସହ-ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍ ନୀଲ୍ ଆୟାକହିଥିଲେ ଯେ ଜାତୀୟ ପୁରସ୍କାର ଡିଜାଇନ୍ ମାଧ୍ୟମରେକାହାଣୀ କହିବାର ସେମାନଙ୍କ ପ୍ରୟାସକୁ ଏକ ଗୁରୁତ୍ବପୂର୍ଣ୍ଣସ୍ବୀକୃତି। ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ଷ୍ଟୁଡିଓର ଯାତ୍ରାଓଡ଼ିଶାର ମାଟି ଓ ପରମ୍ପରାରୁ ପ୍ରେରଣା ନେଇ ଆଗକୁବଢୁଛି ବୋଲି ସେ କହିଥିଲେ।ଶେଷରେ ପ୍ରଶାନ୍ତ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରି ଏହିପୁରସ୍କାରକୁ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ଅଭିହିତକରିଥିଲେ। ଓଡ଼ିଶାର ସୃଜନଶୀଳତାକୁ ଜାତୀୟ ଓଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ସହ ରାଜ୍ୟରେ ଏକଦୃଢ଼ ସୃଜନଶୀଳ ପରିବେଶ ଗଠନ କରିବା ଷ୍ଟୁଡିଓର ଲକ୍ଷ୍ୟବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଜୟ ଲକ୍ଷ୍ମୀ ପରିଜା ଓ ମିଡିଆ ମ୍ୟାନେଜର ଚକ୍ରଧର ମାଝୀ । କାର୍ଯ୍ୟକ୍ରମ ମଧ୍ୟରେ ଉପସ୍ଥିତ ଅତିଥି ମାନେ ନିଲ୍ ଆୟାଙ୍କ ସୃଜଶୀଳତାର ଭୂରି ଭୂରି ପ୍ରଶଂସା କରିଥିଲେ।

Leave A Reply

Your email address will not be published.