ଷ୍ଟଲୱାର୍ଟ ଆଟମୋସ୍ପିୟର ପ୍ରକଳ୍ପର ଶୁଭାରମ୍ଭ

0 80

ଭୁବନେଶ୍ୱର,୨୨ ଅଗଷ୍ଟ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ):ଆସନ୍ତା କାଲି ଅଗଷ୍ଟ ୨୩ ତାରିଖରେ ଷ୍ଟଲ ୱାର୍ଟ ଆଟୋମ୍ ସ୍ଫିଅର ନୂଆ ପ୍ରୋଜେକ୍ଟ ର ଶୁଭାରମ୍ଭ ହେବ। ଏହି ପ୍ରକଳ୍ପ ରାଜ୍ୟବାସୀ ବିଶେଷ କରି ରାଜଧାନୀବାସୀଙ୍କ ସ୍ବପ୍ନ ପୂରଣରେ ସହାୟକ ହେବ ବୋଲି ଷ୍ଟଲ ୱାର୍ଟ ର ଚେୟାରମ୍ୟାନ ଶରତ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପ୍ରୋଜେକ୍ଟରେ ୩୧ ମହଲା ବିଶିଷ୍ଟ ୩ ବି ଏଚ କେ ଓ ୪ ବି ଏଚ କେ ବାସଗୃହ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉପଲବ୍ଧ ହେବ। ସ୍ଥିତି ବାନ ଏହି ପ୍ରକଳ୍ପ ପାଇଁ ପ୍ରି ବୁକିଂ ଆରମ୍ଭ ହୋଇଯାଇଛି। ଅତ୍ୟନ୍ତ ଜଳବାୟୁ ଅନୁକୂଳ ଜଙ୍ଗଲ ଦୃଶ୍ୟ ପରିବେଶ ପ୍ରଦାନ କରୁଥିବା ଏହାର ଗୃହ ଗୁଡିକ ସ୍ୱାଧୀନ ସ୍ୱତନ୍ତ୍ରତା ଢାଞ୍ଚାରେ ନିର୍ମାଣ ହେବ ଯାହା ଆସନ୍ତା ୪ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖା ଯାଇଛି। ବିଏମ ସି ଓ ବିଡିଏ ସହିତ ରେରା ମାର୍ଗ ଦର୍ଶିକା ଅନୁସରଣରେ ଏହା ଡିଜାଇନ କରାଯାଇଛି ଯାହା ଗ୍ରହକଙ୍କୁ ସୁହାଇବ ବୋଲି ଶ୍ରୀ ସାହୁ କହିଛନ୍ତି।ଉଲ୍ଲେଖ ଯେ ଷ୍ଟଲୱାର୍ଟ ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସହରରେ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ନିର୍ମାଣ କରି ଗ୍ରାହକଙ୍କୁ ଯୋଗାଇ ଦେଇ ବିଶ୍ୱାସ ଭାଜନ ହୋଇପାରିଛି। ପ୍ରକାଶ ଯୋଗ୍ୟ ଯେ ବ୍ୟାଙ୍କ ଋଣ ପ୍ରଦାନରେ କମ୍ପାନୀ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.