ଭୁବନେଶ୍ୱର,୧୮ ଅଗଷ୍ଟ ୨୦୨୬( ପି ଏନ ଏସ ):ସତ୍ୟ ସହିତ ଲୋକଙ୍କ ସହିତ ଓ ସମାଜ ପାଇଁ ପ୍ରତିବଦ୍ଧ ସାମ୍ବାଦ ପତ୍ର ସାପ୍ତାହିକ ରାଜ୍ୟ କାହାଣୀର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦ ପତ୍ରର ସମ୍ପାଦକ ଅଶୋକ ସାହୁ ନିଜେ କାର୍ଯ୍ୟକ୍ରମ ସଂଚାଳନ କରି ସଭା କାର୍ଯ୍ୟକୁ ବଢ଼ାଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, କବି ରକ୍ଷକ ନାୟକ, ସମାଜସେବୀ ପବିତ୍ର ମହାରଥା, ପୂର୍ଣ୍ଣ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ରାଜ୍ୟ କାହାଣୀର ଜୀବନ ଯାତ୍ରାର ଉତ୍ତୋରତ୍ତର ସଫଳତା କାମନା କରିଥିଲେ। ରାଜ୍ୟ କାହାଣୀର ସମ୍ପାଦକ ଶ୍ରୀ ସାହୁ ତାଙ୍କ ଖବର କାଗଜର ସଂଘର୍ଷ କାହାଣୀ କହିବା ବେଳେ ଜୀବନରେ ସ୍ୱାଭିମାନକୁ କେବେ ସାଲିସ କରି ନାହାନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।