ଓଡ଼ିଶାରେ ପ୍ରଥମଥର ପାଇଁ ଆନ୍ତର୍ଜାତୀୟ ସ୍ତରର ବୃହତ୍ ବ୍ୟୁଟି ଓ ଲାଇଫ୍ଷ୍ଟାଇଲ୍ ପ୍ରଦର୍ଶନୀBBD Pro Beauty World Odisha 2026.
ଭୁବନେଶ୍ୱର,14.08.26 (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶାର ବ୍ୟୁଟି ଓ ଲାଇଫ୍ଷ୍ଟାଇଲ୍ ଶିଳ୍ପ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବାକୁ ଯାଉଛି ବିବିଡ଼ି ପ୍ରୋ ବିୟୁଟି ୱାର୍ଲଡ । ଇଣ୍ଡିଆନ ବିୟୁଟି କାଉନସିଲ ଓ ଆରିଷ୍ଟ୍ରି ଡଟ ୟୁକେ (Artistry.uk) ଙ୍କ ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ଓଡ଼ିଶାରେ ଏକ ବୃହତ୍ ଆନ୍ତର୍ଜାତୀୟ ସ୍ତରର ବ୍ୟୁଟି ଓ ଲାଇଫ୍ଷ୍ଟାଇଲ୍ ଶୋକେସ୍ ଆୟୋଜିତ ହେବ।ଏହି ଦୁଇଦିନିଆ ମେଗା ଇଭେଣ୍ଟରେ ୧୫୦ରୁ ଅଧିକ କସ୍ମେଟିକ୍ସ, ବ୍ୟୁଟି, ସାଲନ୍ ଓ ମେକଅପ୍ ବ୍ରାଣ୍ଡ ଗୋଟିଏ ଛାତ ତଳେ ଏକାଠି ହେବେ। ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ; ବରଂ ବ୍ୟୁଟି ପ୍ରଫେସନାଲ୍, ଇଣ୍ଡଷ୍ଟ୍ରି ଏକ୍ସପର୍ଟ, କଣ୍ଟେଣ୍ଟ କ୍ରିଏଟର୍, ଇନ୍ଫ୍ଲୁଏନ୍ସର୍ ଓ ଟ୍ରେଣ୍ଡସେଟର୍ମାନଙ୍କୁ ଏକ ମଞ୍ଚରେ ଆଣିବାର ଏକ ବିଶେଷ ପ୍ରୟାସ।ନୂଆ ବ୍ରାଣ୍ଡ, ନୂଆ ପ୍ରଡକ୍ଟ ଲଞ୍ଚ, ଆଧୁନିକ ବ୍ୟୁଟି ଟ୍ରେଣ୍ଡ ଏବଂ ଇଣ୍ଡଷ୍ଟ୍ରିର ନୂଆ ସୁଯୋଗ ସମ୍ପର୍କରେ ଜାଣିବା ସହ ପ୍ରଫେସନାଲ୍ମାନଙ୍କ ପାଇଁ ନେଟୱର୍କିଂ ଓ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିବ ଏହି ମେଗା ଇଭେଣ୍ଟ।ଓଡ଼ିଶାର ବ୍ୟୁଟି ଇଣ୍ଡଷ୍ଟ୍ରିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ମଞ୍ଚ ଦେବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଏହି ଐତିହାସିକ ଯାତ୍ରାରେ ଅଞ୍ଚଳର ପ୍ରମୁଖ ବିୟୁଟି ଏବଂ ୱେଲନେସ ବିଶେଷଜ୍ଞ, ମେକଅପ ଆର୍ଟିଷ୍ଟ, ହେୟାର ଷ୍ଟାଇଲିଷ୍ଟ, ଏଇସ୍ଥେଟିସିଆନ, ଇନ୍ଫ୍ଲୁଏନ୍ସର୍ ଓ କଣ୍ଟେଣ୍ଟ କ୍ରିଏଟର୍ମାନଙ୍କୁ ସାମିଲ ହୋଇ ଏହି ଅଭିଯାନକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରାଯାଇଛି।ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ଯୁବ ପ୍ରତିଭା ଓ ଉଦୀୟମାନ ବ୍ୟୁଟି ପ୍ରଫେସନାଲ୍ମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ବ୍ରାଣ୍ଡ ସହ ଯୋଡ଼ି ହେବାର ସୁଯୋଗ ପାଇବେ। ବ୍ୟୁଟି, ୱେଲନେସ୍ ଓ ଲାଇଫ୍ଷ୍ଟାଇଲ୍ କ୍ଷେତ୍ରରେ ନୂତନ ବ୍ୟବସାୟିକ ଧାରଣା, ଦକ୍ଷତା ବିକାଶ ଓ ରୋଜଗାରର ସମ୍ଭାବନାକୁ ମଧ୍ୟ ଏହି ଆୟୋଜନ ଉତ୍ସାହିତ କରିବ। ସ୍ଥାନୀୟ ବ୍ୟବସାୟୀ, ସାଲନ୍ ମାଲିକ, ମେକଅପ୍ ଆର୍ଟିଷ୍ଟ ଓ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ବଜାର ଓ ସହଯୋଗର ଦ୍ୱାର ଖୋଲିବା ଏହାର ଅନ୍ୟତମ ଲକ୍ଷ୍ୟ ବୋଲି ଉଦ୍ୟୋକ୍ତା ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |ଓଡ଼ିଶାର ବ୍ୟୁଟି ଇଣ୍ଡଷ୍ଟ୍ରି ଏବେ ଏକ ବଡ଼ ମଞ୍ଚରେ ପାଦ ରଖୁଛି । ଆପଣ ବି ଏହି ଐତିହାସିକ ଯାତ୍ରାର ଅଂଶ ହୁଅନ୍ତୁ ବୋଲି ଆୟୋଜକଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି | ସାମ୍ବାଦିକ ସମ୍ମିଳନୀରେ ଶିଲା ଆୟାର, ମିନତୀ ସାହୁ, ଉମାକାନ୍ତ ସାହୁ, ବବିତା ମହାନ୍ତି, ସୁନିତା ପଟ୍ଟନାୟକ ଏବଂ ଶୁଚିସ୍ମିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ | BBD (Beauty Business Days) Pro Beauty World Odisha 2026📍 ସ୍ଥାନ: Bhubaneswar Grand, Tankapani Road, Bhubaneswar📅 ତାରିଖ: ୮ ଓ ୯ ସେପ୍ଟେମ୍ବର, ୨୦୨୬.