ଆଇ ଆର୍ ସି ଟି ସି ପକ୍ଷରୁ ନୂତନ ପର୍ଯ୍ୟଟନ ଟୁର ପ୍ୟାକେଜ ଘୋଷଣା

0 12

ଭୁବନେଶ୍ବର,13.08.26 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ରେଲୱେ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ ଲିଃ ପକ୍ଷରୁ ଚଳିତ ବର୍ଷ ପାଇଁ ଟୁର ପ୍ୟାକେଜ ତାରିଖ ଘୋଷଣା କରାଯାଇଛି। କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ଏହି ପ୍ୟାକେଜ ଉଭୟ ଘରୋଇ ଏୟାର ଓ ଘରୋଇ ଏୟାର ସହିତ ଟ୍ରେନ୍ ପ୍ୟାକେଜ ଅନର୍ଭୁକ୍ତ। ଏହି ପ୍ୟାକେଜ ତାରିଖ ୮ ଅଗଷ୍ଟ ରୁ ୧୭ ସେପ୍ଟେମ୍ବର ଆରମ୍ଭ ହୋଇ ଶେଷ ହେବ। ଏୟାର ପ୍ୟାକେଜ ମଧ୍ୟରେ ଗୁଜୁରାଟ , ଲେହ, ଲଦାଖ ଅଯୋଧ୍ୟା , ବାରଣାସୀ, କାଶ୍ମୀର କେଦାର ନାଥ ବଦ୍ରିନାଥ ଅରୁଣାଚଳ ପ୍ରଦେଶ ନେପାଳ ଶ୍ରୀଲଙ୍କା ପର୍ଯ୍ୟଟନ କ୍ଷେତ୍ର ରହିଛି। ଟ୍ରେନ୍ ପ୍ୟାକେଜରେ ମଧ୍ୟପ୍ରଦେଶ, ପଶ୍ଚିମ ଓଡ଼ିଶା ଓ ଉତ୍ତର ଭାରତର ପର୍ଯ୍ୟଟନ କ୍ଷେତ୍ର ରହିଛି। ପ୍ରତ୍ୟେକ ପ୍ୟାକେଜ ଗୁଡିକ ଭିନ୍ନ ଭିନ୍ନ ଦିଵସ ରହିଛି। ପ୍ୟାକେଜ ମଧ୍ୟରେ ହୋଟେଲ ରହଣି ଫ୍ଲାଇଟ ଟିକେଟ ଦର୍ଶନ ବସ୍ ଯାତ୍ରା ବୀମା ଟୁର ମ୍ୟାନେଜର ବ୍ୟବସ୍ଥା ରହିଛି। ପର୍ଯ୍ୟଟନ ଯାତ୍ରା ପାଇଁ ଆଗ୍ରହୀ ପକ୍ଷମାନେ ବୁକିଂ ଓ ସବିଶେଶ ତଥ୍ୟ ପାଇଁ ଆଇ ଆର୍ ସି ଟି ସି ୱେବ୍ ସାଇଟ୍ irctc tourism.com ଓ 9390112758ରେ ଯୋଗାଯୋଗ କରିପାରିବେ। ଉଲ୍ଲେଖ ଯୋଗ୍ୟ ଯେ ଏହି ପ୍ୟାକେଜରେ ଏଲ୍ ଟି ସି ଓ ଏଲ ଏଫ୍ ସି ସୁବିଧା ରହିଛି। ସୂଚନା ଯୋଗ୍ୟ ଯେ ଆଇ ଆର୍ ସି ଟି ସି ଏକ ବିଶ୍ୱସନୀୟ ସଂସ୍ଥା ହୋଇ ଥିବାରୁ ଏହା ଜରିଆରେ ପର୍ଯ୍ୟଟନ ଯାତ୍ରା ନିରାପଦ ଏବଂ ବ୍ୟୟ ସାପେକ୍ଷ ବୋଲି ବିବେଚନା କରାଯାଉଛି। ଜନ ସାଧାରଣ ଏହାର ଭରପୁର ସୁଯୋଗ ନେବା ପାଇଁ ସଂସ୍ଥା ପକ୍ଷରୁ ଆହ୍ୱାନ କରାଯାଇଛି।

Leave A Reply

Your email address will not be published.