ଭୁବନେଶ୍ୱର, ୯ ଅଗଷ୍ଟ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ): ସିଟି କ୍ଲବ ଓ ଡ଼. ଡ଼ି ପି ପ୍ରଧାନ ମେମୋରିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ଏହାର ଲୋଗୋ ଓ ବ୍ରୋଚର ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଅତିଥି ବୃନ୍ଦ ବିଧାୟକ ଅଶୋକ ମହାନ୍ତି, ବିଧାୟକ ବାବୁ ସିଂ, ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସଙ୍ଗୀତଜ୍ଞ ଲଷ୍ମୀକାନ୍ତ ପାଳିତ ଓ ମୃତୁଞ୍ଜୟ ରଥ ପ୍ରମୁଖ ଲୋଗୋ ଉନ୍ମୋଚନ କରି ଆସନ୍ତା ବିଷ୍ଣୁ ମୋହନ ସଂଗୀତ ସନ୍ଧ୍ୟା ର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମକୁ ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ ସଂଯୋଜନା କରିଥିଲେ।