ଭୁବନେଶ୍ୱର : ୦୯/୭/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )
ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଓ ୟୁ ଡବ୍ଲ୍ୟୁ ଜେ ର ରାଜ୍ୟ କାର୍ଯ୍ୟକାରିଣୀ ଗୁରୁବାର ସହିଦ ନଗରରେ ଅନୁଷ୍ଠିତ ହେଇଯାଇଛି। ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ମଜଭୁତ କରି ଗଢି ତୋଳିବା ନେଇ ଆଲୋଚନା ହୋଇଥିଲା। ଏହି ସଂଗଠନର ସର୍ବ ଭାରତୀୟ ତଥା ଜାତୀୟ ସଭାପତି ଡ଼. ପୀତବାସ ମିଶ୍ର ସଭାପତିତ୍ବ କରି ରାଜ୍ୟ ସଭାପତି ଭାଗବତ ତ୍ରିପାଠୀଙ୍କ ପରାମର୍ଶ କ୍ରମେ ରାଜ୍ୟର ସବୁ ଜିଲ୍ଲା ଗୁଡିକ ସଂଗଠନରେ ଅଧିକ ସାମ୍ବାଦିକ ମାନଙ୍କୁ ସାମିଲ କରି ସେମାନଙ୍କୁ ସଂଗଠନର ମୌଳିକ ଲକ୍ଷ ବୁଝାଇବା ସହ ସମାଜ କଲ୍ୟାଣ କାର୍ଯ୍ୟରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ସମାଜରେ ଯେଉଁ ଅବହେଳିତ ବର୍ଗଙ୍କ ଖବର ପ୍ରକାଶ ପାଉନି ତାହା ନିଜ ଖବର କାଗଜରେ ସ୍ଥାନ ଦେବାକୁ କହିଥିଲେ। ଏହା ବ୍ୟତୀତ ସଂଘର ସଦସ୍ୟ ମାନଙ୍କ ସମସ୍ୟା ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଡ଼ ମିଶ୍ର କହିଲେ ଆମେ ସଂଗଠନ ମଧ୍ୟରେ ସକ୍ରିୟ ସଦସ୍ୟଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯାଜପୁର ଜିଲ୍ଲା ସଂଗଠନର ମିଟିଙ୍ଗ ହେବ। ସବୁ ଜିଲ୍ଲା ସଂଗଠନ ସଦସ୍ୟ ଏଥିରେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିବାକୁ ଉତ୍ସାହିତ କରିଥିଲେ। ଭୁବନେଶ୍ୱର ସଂଘ ସଭାପତି ହୃଷିକେଶ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ସଂଗଠନର ପୁରୁଣା ସଦସ୍ୟ ମାନଙ୍କୁ ଫେରାଇ ଆଣିବାକୁ ମତ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବେଳେ ସେଠି କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବାକୁ ରାଜ୍ୟ ସଭାପତିଙ୍କ ସହ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲେ। କୌଣସି କାର୍ଯ୍ୟକ୍ରମ ଆୟୋଜନ ବେଳେ ଅର୍ଥ ଆବଶ୍ୟକ ହେଉଥିବାରୁ ସଦସ୍ୟ ଗ୍ରହଣ ବେଳେ ସଦସ୍ୟତା ଫି ସଂଗ୍ରହ ପାଇଁ ଜୋର ଦେଇଥିଲେ। କୌଣସି ବେଆଇନ ଚାନ୍ଦା ଗ୍ରହଣ ଉପରେ ସଂଗଠନ ଗୁରୁତ୍ୱ ଦେଉ ନ ଥିବାରୁ ଆର୍ଥିକ ସ୍ୱଚ୍ଛଳତା ପାଇଁ ସଦସ୍ୟ ଫି ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ଆସନ୍ତା ବର୍ଷକ ମଧ୍ୟରେ ଭୁବନେଶ୍ୱରରେ ସଂଘର ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ଥାଵ ରଖାଯାଇଛି। ରାଜ୍ୟରେ ଅନ୍ୟ ତିନିଟି ସଂଘ ସରକାରୀ ଘର ପାଇଥିବାରୁ ଆମ ସଂଘ ପାଇଁ ଏକ ଘର ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ। ଆଜି ସଭାରେ ବହୁ ଜିଲ୍ଲା ସଦସ୍ୟ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ହଟକେଶ୍ୱର ମହାଦେବଙ୍କ ପ୍ରସାଦ ସେବା ବ୍ୟବସ୍ଥା ହୋଇଥିଲା।