ଓଡିଶା ସ୍ୱାଭିମାନ ମଞ୍ଚ ର ଦାବୀ ବହି ସଂଶୋଧନ ନେଇ ରାଜ୍ୟ ସରକାର ଲିଖିତ ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଜଣାନ୍ତୁ

0 46

ଭୁବନେଶ୍ୱର, ୦୧ /୭/୨୦୨୬: ( ପ୍ରତ୍ୟୁଷା ବ୍ୟୁରୋ )

ନିକଟରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଯେଉଁ ଜନ ମତ ଲୋଡ଼ା ଯାଇଥିଲା, ସେଥିରେ ରାଜ୍ୟର ଲକ୍ଷାଧିକ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷାବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି। ସମସ୍ତଙ୍କ ମତ ଅନୁଯାୟୀ ସରକାର ବହି ସଂଶୋଧନକୁ ନେଇ ଏକ ଲିଖିତ ନିଷ୍ପତି ରାଜ୍ୟବାସୀଙ୍କୁ ଜଣାନ୍ତୁ। ନହେଲେ ଆସନ୍ତା ଦିନରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସମସ୍ତ ପୁସ୍ତକ ସଂଶୋଧନ କରିବା ସହ ଅନାବଶ୍ୟକ ବିଷୟ ବସ୍ତୁକୁ ବାଦ୍ ଦେଇ ଏକ ଜନତା ସଂସ୍କରଣ ରାଜ୍ୟବାସୀଙ୍କ ସାମ୍ନାରେ ରଖିବ।ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ସୁଧାଂଶୁ ପାତ୍ର, ଜାତୀୟ ଅଭିଭାବକ ଫେଡେରେସନର ସଭାପତି ଭୁବନ ମୋହନ ପଟ୍ଟନାୟକ, ରାଜ୍ୟ ବେସରକାରୀ ଶିକ୍ଷକ ସଙ୍ଘ ର ସଭାପତି ସ୍ୱପ୍ନେନ୍ଦୁ ସାମନ୍ତରାୟ, ଓଡ଼ିଶା ସ୍ୱାଭିମାନ ମଞ୍ଚର ଛାୟା ଭତ୍ତା ମନ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ, ମଞ୍ଚ ପକ୍ଷରୁ ବହି ସଂଶୋଧନ କମିଟିର ଛାୟା ରାଜ୍ୟ ସଂଯୋଜକ ଅନିଲ ମିଶ୍ର ଓ ଗଣମାଧ୍ୟମ ମୁଖ୍ୟ ହୃଷିକେଶ ତ୍ରିପାଠୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିଥିଲେ।

Leave A Reply

Your email address will not be published.