ଭୁବନେଶ୍ୱର, ୧/୯, ( ପ୍ରତ୍ୟୁଷା ବ୍ୟୁରୋ ) :ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ଵର ସର୍କଲ୍ରେଜାତୀୟ କ୍ରୀଡ଼ା ନିବସ ୨୦୨୫ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟରବିଭିନ୍ନ ସ୍ଥାନରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ କ୍ରୀଡ଼ାବିତଙ୍କୁସମ୍ବଦ୍ଧିତ କରାଯାଇଥିଲା | ରାଉରକେଲାର ପାନପୋଷ ହକି ଷ୍ଟାଡିୟମ୍ରେ ଲାକ୍ରାକ୍ଲବ୍ ଓ ଏସ୍ବିଆଇ ମଧ୍ୟରେ ଏକ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟହକି ଖେଳାଳି ଲାଜରୁସ୍ ବାର୍ଲା, ସୁରେନ୍ଦ୍ର ଟିଗା, ସିପ୍ରିଆନ କେର୍କେଟା, ନୈମନତିର୍କିଙ୍କୁ ସମ୍ବଦ୍ଧିତ କରାଯାଇଥିଲା।ଭୁବନେଶ୍ଵରରେ ବକ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବ୍ୟାଡମିଣ୍ଟନ ପ୍ରତିଯୋଗିତାଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର ଡିଜିଏମ ପ୍ରଶାନ୍ତ କୁମାର ପ୍ରଶାସନିକକାର୍ଯ୍ୟାଳୟରେ ପିଲାଙ୍କ ପାଇଁ ଏକ ଖେଳ ଜୋକୁ ଉଦ୍ଘାଟନ କରିଥିଲେ|କଟକର ସତ୍ୟବ୍ରତ ଷ୍ଟାଡିୟମ୍ରେ ଯୋଗ, ଜୁମ୍ବା, ୧୦୦ ମିଟର ଦୌଡ଼,୨ କିମି ୱାକ, ଟଗ୍ ଅଫ୍ ୱ୍ଆର୍ ଓ ଦଉଡ଼ି ଡିଆଁ ପ୍ରତିଯୋଗିତା ଆୟୋଜନକରାଯାଇଥିଲା | ବ୍ରହ୍ମପୁରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଚେସ୍ ଓ କ୍ୟାରମ୍ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଲେଶ୍ଵରରେ ବ୍ୟାଡମିଣ୍ଟନ, ଆସ୍କାରେକ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ପୁରୀରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।