ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫ ( ପି ଏନ ଏସ ) ୧୬ ବର୍ଷ ପୂରଣ କରି ୧୭ ବର୍ଷରେ ପଦାର୍ପଣ କରିଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ। ଏହି ୧୭ ବର୍ଷ ଭିତରେ ଟ୍ରଷ୍ଟ ଶିକ୍ଷା, କ୍ରୀଡା ଓ ଆର୍ଥିକ କ୍ଷେତ୍ରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅତୁଳନୀୟ ସହଯୋଗ ଦେଇଛି। ପ୍ରାୟ ୧୦୦୦ ପିଲାଙ୍କୁ ଶିକ୍ଷାରେ ସଶକ୍ତ କରିଛି। ଏହି ଅବସରରେ ବିଶିଷ୍ଟ ସମବାୟବିତ ସୁଦର୍ଶନ ନାୟକ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ପିଲାମାନଙ୍କ ଈଶ୍ୱରୀୟ ସତ୍ତା ନେଇ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ ଆଇ ଏସର ନିର୍ଦେଶକ କହିଲେ ସେ ଗର୍ବିତ ଯେ ତାଙ୍କ ଅନୁଷ୍ଠାନରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେ ଦିବ୍ୟାଙ୍ଗ ମାନଙ୍କ ସମ୍ପର୍କରେ ଉଦାହରଣ ଦେଇ ଜଗନ୍ନାଥଙ୍କ ସମ୍ପର୍କରେ କହିଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ଆମେ କିଛି କାମ କରି ମୁଖ୍ୟ ସ୍ରୋତକୁ ଆଣିବା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରର ଏସ ଏସ ଇ ପି ଡ଼ି ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ଜଗନ୍ନାଥ ଅଷ୍ଟକମ ଆବୃତ୍ତି କରି ଟ୍ରଷ୍ଟ ର ଏହି ବାର୍ଷିକ ଉତ୍ସବ ରେ ଯୋଗ ଦେଇ ପାରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସେ ତାଙ୍କ ଭାଷଣରେ ଦର୍ଶନ ଏକାଡେମୀର ଭୂମିକାକୁ ପ୍ରଂଶସା କରିବା ସହିତ ଦିବ୍ୟାଙ୍ଗଙ୍କୁ ଅମୃତ ପୁତ୍ର ଭାବେ ତୁଳନା କରିଥିଲେ। ତାମସାଛର୍ଣ୍ଣ ଦୁନିଆରେ ଏହି ଦିବ୍ୟାଙ୍ଗ ପିଲାଙ୍କୁ ଆଲୋକ ଦେଖାଇବା ପାଇଁ ଟ୍ରଷ୍ଟର ପ୍ରୟାସକୁ ପ୍ରଶଂସା କରିଥିଲେ। ଅର୍ଚ୍ଚନା ପଣ୍ଡା ମହାଶୟା ନିଜେ ଜଳି ଦିବ୍ୟାଙ୍ଗ ପିଲାଙ୍କୁ ଆଲୋକିତ କରି ଚାଲିଛନ୍ତି ସେଥିପାଇଁ ଧନ୍ୟବାଦର ପାତ୍ର।ଶ୍ରୀ ବେହେରା ରାଜ୍ୟ ସରକାର ଦିବ୍ୟାଙ୍ଗ ପିଲାମାନଙ୍କୁ ଯେଉଁ ସୁବିଧା ପ୍ରଦାନ କରୁଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଟ୍ରଷ୍ଟର ନିର୍ଦେଶିକା ଅର୍ଚ୍ଚନା ପଣ୍ଡା ୨୦୦୮ ମସିହା ରୁ ତାଙ୍କର ଦିବ୍ୟାଙ୍ଗ ମାନଙ୍କ ସହିତ ଯାତ୍ରା ଉପରେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଆରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ପିଲାମାନେ ପରିବେଷଣ କରିଥିଲେ।ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଡ୍ରିମ ୟୁନିଭରର୍ସିଟିର ଡିନ ଦୁର୍ଗା ପ୍ରସାଦ ମିଶ୍ର ଓ ଦର୍ଶନ ଏକାଡେମୀର ଦେବାନନ୍ଦ ନାୟକ ଉପସ୍ଥିତ ଥିଲେ।