ଓଡିଶା ପି ଆଣ୍ଡ ଟି ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

0 160

ଭୁବନେଶ୍ୱର ,୨୬ ଅଗଷ୍ଟ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ରକ୍ତଦାନ ମହତ ଦାନ। ରକ୍ତଦାନ କରି ଯଦି କାହାର ଜୀବନ ରକ୍ଷା କରାଯାଇ ପାରିଲା ତା ଠାରୁ ବଡ଼ ଆତ୍ମ ସନ୍ତୋଷ କିଛି ନାହିଁ। ଏହି ମହତ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଓଡିଶା ପୋଷ୍ଟ ଆଣ୍ଡ ଟେଲିକମ୍ୟୁନିକେସନ କଣ୍ଟ୍ରାକ୍ଟର ଆସୋସିଏସନ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି ଶିବିରକୁ ଭାରତ ଦୂର ସଂଚାର ନିଗମ ର ମହା ପ୍ରବନ୍ଧକ ବିଜୟ ବେହେରା ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ ସଂଘର କର୍ମକର୍ତ୍ତା ସମୂହ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। କାର୍ଯ୍ୟକ୍ରମରେ ପାଖାପାଖି ୫୦ ୟୁନିଟରୁ ଅଧିକ ରକ୍ତ ସଂଗୃହିତ ହେଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସଭାପତି ସଂଜିତ ସାହୁ ସମ୍ପାଦକ ଫକୀର ଉଦ୍ଗାତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନା କରିଥିଲେ। ଉଲ୍ଲେଖ ଯେ ଏହି ସଂଘ ୨୦୦୦ – ୨୦୦୧ ମସିହାରୁ ପଞ୍ଜିକୃତ ହେବା ଦିନରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ରକ୍ତ ଭଣ୍ଡାରକୁ ସମୃଦ୍ଧ କରି ଆସୁଛି।

Leave A Reply

Your email address will not be published.