ପୁରୀ , 10.06.25, ( (ପ୍ରତ୍ୟୁଷା ବ୍ୟୁରୋ ): ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା ତଥା ରଥ ମହୋତ୍ସଵ ଅବସରରେ ମୁମ୍ବାଇର ଆଧ୍ୟତ୍ମିକ ଗୁରୁ ଅନ୍ତର ଯୋଗ ଫାଉଣ୍ଡେସନର ପ୍ରତିଷ୍ଠାତା ଉପେନ୍ଦ୍ର ଜୀ ଙ୍କୁ ବିଶିଷ୍ଟ ସମାଜସେବୀ ଚଳଚିତ୍ର ନିର୍ମାତା ଲଷ୍ମୀନାରାୟଣ ଅଗ୍ର ୱାଲା ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଉପେନ୍ଦ୍ରଙ୍କ ସହିତ ତାଙ୍କର ୭୦ରୁ ଅଧିକ ଅନୁଗାମୀ ଶ୍ରୀ ଜଗନ୍ନାଥ ଦର୍ଶନ ମନ୍ଦିର ଦର୍ଶନ କରିବା ସହ କୋଣାର୍କ ସମେତ ଓଡିଶା ଐତିହ୍ୟ ଦେଖି ଆତ୍ମ ସନ୍ତୋଷ ଲାଭ କରିଛନ୍ତି। ଉଲ୍ଲେଖ ଯେ ଗୁରୁ ଉପେନ୍ଦ୍ର କାଳ ଜୟୀ ଗୀତା ଉପରେ ସାର ଗର୍ଭକ ପ୍ରବଚନ ପ୍ରଦାନ କରୁଛନ୍ତି।