ସହିଦ ନଗରରେ ରାଧା ବଲ୍ଲଭ କମ୍ପୁଟରସର ଶୁଭାରମ୍ଭ ।

0 47

ଭୁବନେଶ୍ୱର ,୨୫ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) :ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ୍ସ ବ୍ରାଣ୍ଡକୁ ନେଇ ରାଜଧାନୀ ଭୁବନେଶ୍ୱରର ସଂଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ସହିଦ ନଗରରେ ଖୋଲିଛି ରାଧା ବଲ୍ଲଭ କମ୍ପୁଟରସ। ୨୧୦୦ ବର୍ଗ ଫୁଟ ପରିମିତ ସୋ ରୁମରେ ଉପଲବ୍ଧ ହେଉଛି ଇପସନ, କାନନ, ଜେବ୍ରୋନିକସ, ଗିଗାଵାଇଟସ, ଡେଲ, ଏଚ ପି, ଲିନୋଭ ଭଳି ବ୍ରାଣ୍ଡର ଲାପଟପ, ଡେ଼କ୍ସ ଟପ, ପ୍ରିଣ୍ଟର, ସି ସି ଟି ଭି ଓ ପ୍ରୋଜେକ୍ଟର।

ଏନ ପି ଟେକ ବ୍ୟାନରରେ ନ୍ୟୁ ପେରିଫେରିଆଲ ଟେକନୋଲୋଜିକୁ ନେଇ ଏହି ସୋ ରୁମର ସମ୍ମୁଖ ଭାଗ ରିଟେଲ ବିଜନେସ ପାଇଁ ପ୍ରସ୍ତୁତ ଥିବା ବେଳେ ସୋ ରୁମର ଭିତର ପାର୍ଶ୍ଵରେ ହୋଲସେଲସ ପାଇଁ ଉଦ୍ଦିଷ୍ଟ ରହିଛି। ସହିଦ ନଗର ହୋଟେଲ ମେଘଦୂତ ନୂଆ ନାମ ଏମ୍ପାୟାର୍ସ ରାସ୍ତାରେ ବରୋଦା ବ୍ୟାଙ୍କ ଗ୍ରାଉଣ୍ଡ ଫ୍ଲୋରରେ ସୋ ରୁମ ସକାଳ ୧୦ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ। ଟେକନୋଲୋଜିରେ ଅଭିଜ୍ଞତା ନିପୁଣ କର୍ମଚାରୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିବେ ବୋଲି ସୋ ରୁମର ସତ୍ୱଧିକାରୀ କହିଛନ୍ତି। ସେଲ୍ସ ପରବର୍ତ୍ତୀ ସେବା ମଧ୍ୟ ସୋ ରୁମ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏଣୁ ଗ୍ରାହକ ମାନେ ଏହି ବ୍ୟାପକ ସୋ ରୁମରେ ପଦାର୍ପଣ କରିବାକୁ ସୋ ରୁମ ପକ୍ଷରୁ କୁହାଯାଇଛି। ବିଶେଷ କରି ଆସନ୍ତା ରାମ ନବମୀ ପର୍ଯ୍ୟନ୍ତ ସବୁ ପ୍ରକାର କିଣାକିଣି ଉପରେ ଆକର୍ଷଣୀୟ ଉପହାର ଦିଆଯିବ ବୋଲି ସୋ ରୁମ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.