ଷ୍ଟେସନ୍ ବଜାର ପୂଜା ମଣ୍ଡପରେ ଏଥର ଶୋଭା ପାଇବ ଆଙ୍କରୱାଟ ।

0 16

ଭୁବନେଶ୍ଵର: ୦୪/୧୦/ ୨୪( ପ୍ରତ୍ୟୁଷା ବ୍ୟୁରୋ ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୪ ମସିହାରେ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୁଜା ସମିତି ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ସମିତି ଚଳିତ ଥର ୬୯ ବର୍ଷରେ ପଦାର୍ପଣ କରିଛି, ପ୍ରତ୍ୟେକ ବର୍ଷ ନୂଆ ରୂପ ଓ ପରିକଳ୍ପନା ନେଇ ତୋରଣ ନିର୍ମାଣ ନେଇ ଚର୍ଚ୍ଚାରେ ରହୁଥ‌ିବା ପୂଜା ସମିତି ଏଥର ବାହାର ଓ ଭିତର ପାର୍ଶ୍ଵରେ କମ୍ବୋଡ଼ିଆ ସ୍ଥିତ ଆଙ୍କରଓ୍ବାକୁ ଏଥର ସ୍ଥାନ ଦେବାକୁ ଯାଉଛି, ଯାହାର ଦୈର୍ଘ୍ୟ ୧୫୪ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ । ଯାହାକି ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି କର୍ମକର୍ତ୍ତା ଆଶା ରଖୁଛନ୍ତି । ଏଥର ବିଶେଷ ଆକର୍ଷଣ କମ୍ବୋଡ଼ିଆ ସ୍ଥିତ ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରଓ୍ବାଟ୍ ଦୃଶ୍ୟଟିକୁ ଆଦୃତ କରାଯାଇଛି । ଯାହାକି ଶ୍ରଦ୍ଧାଳୁମାନଙ୍କୁ ବିଶେଷ ଆକୃଷ୍ଟ କରିବ, ସବୁ ସମୟରେ ଚାନ୍ଦିମେଢ଼ ଏଠାରେ ଅନ୍ୟତମ ଆକର୍ଷଣ ହୋଇରହି ଆସିଅଛି । ଏଥର ପୂଜା ବଜେଟ ୬୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ସପ୍ତମୀ ତିଥିଠାରୁ ଅଷ୍ଟମୀ ତିଥି ମଧ୍ୟରେ ଦେବୀଙ୍କ ନିକଟରେ ଚାରୁଅନ୍ନ ଭୋଗ ସାଙ୍ଗକୁ ଦଶମୀରେ ଦହିପଖାଳ ଲାଗି ହେବ, ଯାହାକି ଶ୍ରଦ୍ଧାଳୁଙ୍କୁ ବଣ୍ଟନ ବ୍ୟବସ୍ଥା ରହିଛି, ମଣ୍ଡପ ପରିସରରେ ହେବାକୁ ଥିବା ଭିଡ଼କୁ ଲକ୍ଷ୍ୟ ରଖ୍ ୫୦ଟି ସିସି କ୍ୟାମେରା ଖଞ୍ଜା ଯିବ । ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୋଲିସ୍ ସହ ପୂଜା ସମିତି ପକ୍ଷରୁ ୨୦୦ ସ୍ଵେଚ୍ଛାସେବୀ ନିୟୋଜିତ ରହିବେ । ଷଷିତୀଥୁଠାରୁ ଦଶମୀ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ଵର ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ, ଏହା ସହ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଚଳିତ ଥର ପୂଜା ମଣ୍ଡପରେ ଲଗାଯିବାକୁ ଥିବା ସିସି କ୍ୟାମେରାକୁ କମିଶନରେଟ୍ ପୋଲିସ୍‌ର କ୍ୟାମେରା ସହ ଅନ୍‌ଲାଇନ୍ ସଂଯୋଗ ପାଇଁ ଯୋଜନା ରଖାଯାଇଛି । ମଣ୍ଡପକୁ ଆସୁଥିବା ମହିଳା ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ପୂଜା ଅର୍ଚ୍ଚନା କରିବେ ସେ ନେଇ ମହିଳା ସ୍ଵେଚ୍ଛାସେବୀ ଓ ପୁରୁଷ ସ୍ଵେଚ୍ଛାସେବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

Leave A Reply

Your email address will not be published.