ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି ।

0 52

ଭୁବନେଶ୍ଵର :(ଜୁଲାଇ ୯, ୨୦୨୪) ଭୁବନେଶ୍ବରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ବିତ କରି ଏହି ଅନୁଷ୍ଠାନ ଆଗକୁ ବଢ଼ୁଥ‌ିବାରୁ ସେ ଖୁସି ପ୍ରକଟ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧତ କରି ରାଷ୍ଟ୍ରପତି କହିଥିଲେ ଯେ ଅର୍ଥପୂର୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତି ପାଇଁ ବ୍ୟବହୃତ ହୁଏ । ସେମାନେ ଯେଉଁଠି କାମ କରିବେ, ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବେ ବୋଲି ସେ ବିଶ୍ବାସ ବ୍ୟକ୍ତ କରିଥିଲେ। ନିଜ କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ସେମାନେ ନିଜର ସାମାଜିକ କର୍ତ୍ତବ୍ୟକୁ ମଧ୍ୟ ସମ୍ପୂର୍ଣ ଉତ୍ତରଦାୟିତ୍ଵ ସହ ନିର୍ବାହ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ସାତଟି ସାମାଜିକ ପାପର ସଂଜ୍ଞା ଦେଇଛନ୍ତି, ସେଥ୍ମଧ୍ୟରୁ ଗୋଟିଏ ହେଉଛି ନିଷ୍ଠୁର ବିଜ୍ଞାନ। ଅର୍ଥାତ୍ ମାନବିକତା ପ୍ରତି ସମ୍ବେଦନଶୀଳତା ବିନା ବିଜ୍ଞାନକୁ ପ୍ରୋତ୍ସାହନ ଦେବା ଏକ ପାପ କରିବା ସହ ତୁଳନୀୟ । ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସର୍ବଦା ମନେ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.