୧୬ରୁ ତିନି ଦିନ ରାଜ୍ୟ ସ୍ତରୀୟ ମତ୍ସ୍ୟ – ପ୍ରାଣୀ ସମାବେଶ ।

0 85

ଭୁବନେଶ୍ୱର, ୧୨-୦୨-୨୦୨୪( ପ୍ରତ୍ୟୁଷା ବ୍ୟୁରୋ) ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାରେ ପ୍ରଥମଥର ରାଜ୍ୟ ସରକାର ଆୟୋଜନ କରିଛନ୍ତି l ଏଥିରେ ଓଡ଼ିଶାର ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଲୋକ ଜୀବିକା ଓ ଉପାର୍ଜନ ପାଇଁ ସୁବିଧା ପାଇବେ ବୋଲି ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି l ଏହା ବ୍ୟତିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ର ରାଜ୍ୟର ଚାଷୀଙ୍କ ଆୟ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ମାଧ୍ୟମରେ ଚାଷୀ, ଉଦ୍ୟୋଗୀ ଏବଂ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଅଭିବୃଦ୍ଧିର ପରବର୍ତ୍ତୀ ସ୍ତର ଭାବରେ ରାଜ୍ୟ ସରକାର ଏହି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି । ମତ୍ସ୍ୟ ଓ ପ୍ରାଣିପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକମାନଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ପାଇଁ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଆୟୋଜନ କରୁଛି। କଲେ ମତ୍ସ୍ୟ-ପ୍ରାଣୀ ପାଳନ, ଆୟ ହୋଇବ ବହୁଗୁଣ’ ଥିମ କୁ ନେଇ ଏହି ସମାବେଶ ୧୬ ରୁ ୧୮ଫେବୃଆରୀ ୨୦୨୪ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଅନୁଷ୍ଠିତ ହେବ। ସଂପ୍ରତି ଜିଲ୍ଲାସ୍ତରରେ ଆୟୋଜିତ ମତ୍ସ୍ୟ ଓ ପ୍ରାଣିସଂପଦ ମେଳାର ସଫଳ ଆୟୋଜନ ଓ ଏଥି ପ୍ରତି ଚାଷୀ ଓ ଜନସାଧାରଣଙ୍କ ଆଗ୍ରହକୁ ଲକ୍ଷ୍ୟରେ ରଖ୍ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ମତ୍ସ୍ୟ-ପ୍ରାଣୀ ସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଗୋପାଳକ, ପ୍ରାଣିପାଳକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାବସାୟିକ ସଂସ୍ଥା, କୃଷି ଉଦ୍ୟୋଗୀ, ସେବା ପ୍ରଦାନକାରୀ ସଂସ୍ଥା ଓ ଶିଳ୍ପଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଏକ ମଞ୍ଜି ପ୍ରସ୍ତୁତ କରିବା ସହ ମତ୍ସ୍ୟ ଓ ପ୍ରାଣିପାଳନର ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନକୁ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖୁଛି। ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୦ଜଣ ଚାଷୀ ମିଶାଇ ୬୦୦୦ ରୁ ଉର୍ଦ୍ଧ୍ବ ମତ୍ସ୍ୟଚାଷୀ, ପ୍ରାଣିପାଳକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଉଦ୍ୟୋଗୀମାନେ ଯୋଗଦେବେ।

Leave A Reply

Your email address will not be published.