ଭୁବନେଶ୍ୱର,୨୮।୧୨ ( ପ୍ରତ୍ୟୁଷା ବ୍ୟୁରୋ ): ବିଗତ ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ମାନ୍ୟତା ବଜାୟ ରଖିଥିବା ‘ଶ୍ରୀଲେଦର୍ସ’ ଭୁବନେଶ୍ୱରସ୍ଥିତ ରସୁଲଗଡ଼ଠାରେ ଏହାର ନୂଆ ଶୋ’ରୁମ୍ର ଉଦ୍ଘାଟନ କରିଛି । ଏହା ଓଡ଼ିଶାରେ କମ୍ପାନିର ଅଷ୍ଟମ ଶୋ’ରୁମ୍ । ନୂଆ ଶୋ’ରୁମ୍ରେ ବିଶ୍ୱସ୍ତରୀୟ ଫୁଟ୍ୱେର୍, ବିଭିନ୍ନ ଚମଡ଼ା ଉତ୍ପାଦ, ବ୍ୟାଗ୍, ଟ୍ରାଭେଲ୍ ବ୍ୟାଗ୍, ସ୍ପୋର୍ଟସ ସୁ’ ଏବଂ ଆକ୍ଟିଭର୍ର ସ୍ବତନ୍ତ୍ର ତଥା ଷ୍ଟାଇଲିସ୍ ସମ୍ଭାର ଅତି ସୁଲଭ ମୂଲ୍ୟରେ ଉପଲବ୍ଧ । ରସୁଲଗଡ଼ସ୍ଥିତ ଓଡ଼ିଶା ବିଜ୍ନେସ୍ ସେଣ୍ଟରର ତଳ ମହଲାରେ ନୂଆ ସୋ’ରୁମ୍ ଖୋଲିଯାଇଛି। ପ୍ରକାଶଯୋଗ୍ୟ, ସୁଲଭ ଦରରେ ବିଶ୍ବସ୍ତରୀୟ ଫୁଟ୍ୱେର୍ ଯୋଗାଇ ଆସୁଥିବା ‘ଶ୍ରୀଲେଦର୍ସ’ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସୁରେଶ ଚନ୍ଦ୍ର ଦେ’ଙ୍କ ମାନସ ସନ୍ତାନ। କମ୍ ମୂଲ୍ୟରେ ଭାରତୀୟଙ୍କୁ ଆରାମଦାୟକ ଫୁଟ୍ୱେର ଯୋଗାଇ ଦେବାର ଲକ୍ଷ୍ୟ ନେଇ ସେ ୧୯୫୨ରେ ଏହି କମ୍ପାନିକୁ ସ୍ଥାପନ କରିଥିଲେ। ‘ମାନଯୁକ୍ତ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟି’ ସଫଳତା ମନ୍ତ୍ରକୁ ଅନୁସରଣ କରି ଏହି ବ୍ରାଣ୍ଡ କମ୍ଫର୍ଟ ରେଞ୍ଜ୍ ଫୁଟ୍ୱେର, ଷ୍ଟାଇଲିସ୍ ଏବଂ ନିତ୍ୟବ୍ୟବହାର୍ଯ୍ୟ ଚମଡ଼ା ଆସେସରିଜ୍ କ୍ଷେତ୍ରରେ ଉଲ୍ଲେଖନୀୟ ବଜାର ଅଂଶ ହାସଲ କରିଛି । ବହୁବିଧ ଗ୍ରାହକଙ୍କ ଚାହିଦାକୁ ଏହା ପୂରଣ କରୁଛି। କମ୍ପର୍ଟ ଏବଂ ଷ୍ଟାଇଲ୍ ସେଗ୍ମେଣ୍ଟରେ ଏକ ନୂଆ ବର୍ଗ ଭାବେ ଆସିଛି ‘ଏସ୍ଏଲ୍ ପ୍ରିମିୟମ୍’ । ରିଟେଲ ଏବଂ ଅନ୍ଲାଇନ୍ ଗ୍ରାହକଙ୍କ ପକ୍ଷରୁ ଏହାକୁ ଅତ୍ୟନ୍ତ ଭଲ ଫିଡ୍ବ୍ୟାକ୍ ମିଳିଛି। ଏ ଅବସରରେ ଶ୍ରୀଲେଦର୍ସର ପାର୍ଟନର ଶେଖର ଦେ କୁହନ୍ତି, ପ୍ରଡକ୍ଟଗୁଡ଼ିକର ପ୍ରତ୍ୟେକ ନୂଆ ଡିଜାଇନ୍ ଏବଂ ବର୍ଗ ଆମ ସୋ’ରୁମ୍ଗୁଡ଼ିକୁ ପ୍ରଥମେ ଅଣାଯାଇଥାଏ । ଗୁଣବତ୍ତା ଏବଂ ଗ୍ରାହକ ଆଦୃତିକୁ ନେଇ ପୂର୍ଣ ସନ୍ତୁଷ୍ଟି ମିଳିଲା ପରେ ହିଁ ଆମେ ପ୍ରଡକ୍ଟଗୁଡ଼ିକୁ ଆଣିଥାଉ ଏବଂ ଫ୍ରାଞ୍ଚାଇଜିଗୁଡ଼ିକୁ ଯୋଗାଉ ।