ବୀମାଧାରୀଙ୍କ ଅଭିଯୋଗକୁ ତ୍ୱରିତ ସମାଧାନ କରୁଛି ବିମାଲୋକପାଳ ।

0 101

ଭୁବନେଶ୍ଵର ୧୩/୧୧( ପ୍ରତ୍ୟୁଷା ବ୍ୟୁରୋ):ସମସ୍ତ ବୀମା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ପ୍ରତି ରାଜ୍ୟରେ ଜଣେ ବୀମା ଲୋକପାଳଙ୍କୁ ନିଯୁକ୍ତ କରିଛନ୍ତି । ବୀମା ଲୋକପାଳଙ୍କ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ତଥା କୌଣସି ଆଇନଜୀବୀଙ୍କ ସହାୟତା ନ ନେଇ, ଯେ କୌଣସି ବୀମାଧାରୀ ଅଥବା ତାଙ୍କ ଉତ୍ତରାଧିକାରୀ ଅଭିଯୋଗ ଦାଖଲ କରିପାରିବେ । ମାତ୍ର ୯୦ ଦିନ ମଧ୍ୟରେ ବୀମା ଅଭିଯୋଗ ଗୁଡିକର ସମାଧାନ କରାଯାଇଥାଏ । ଭାରତ ସରକାର ବୀମା ଲୋକପାଳଙ୍କୁ ୩୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି ଏବଂ ବୀମା ଲୋକପାଳଙ୍କ ଆଦେଶ କୁ ବୀମା କମ୍ପାନୀ ମାନଙ୍କୁ ପାଳନ କରିବା ନିମନ୍ତେ ଆଇନତଃ ବାଧ୍ୟ କରିଛନ୍ତି । ପ୍ରତିବର୍ଷ ପରି ଏଥର ବୀମା ଲୋକପାଳ ଦିବସ, ନଭେମ୍ବର ୧୧ ପରିବର୍ତ୍ତେ ନଭେମ୍ବର ୧୩ ତାରିଖ ଦିନ ପାନ୍ଥ ନିବାସ, ଭୁବନେଶ୍ବର ଠାରେ ପାଳିତ ହେଲା । ଏଥିରେ ବୀମା ନିୟନ୍ତ୍ରକଙ୍କ ଉପଦେଷ୍ଟା ଶ୍ରୀ ବିଭୁ ପ୍ରସାଦ ଆଚାର୍ଯ୍ୟ, ବୀମା ଲୋକପାଳ ଶ୍ରୀ ମନୋଜ ପରିଡା, ରିଜର୍ଭ ବ୍ୟାଙ୍କ ଲୋକପାଳ ଶ୍ରୀମତୀ ଏନ୍. ମୋହନା, ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ, ଜୀବନ ବୀମା ବରିଷ୍ଠ ମଣ୍ଡଳ ପ୍ରବନ୍ଧକ, ଭୁବନେଶ୍ବର ମଣ୍ଡଳ ଶ୍ରୀ ମନୋରଞ୍ଜନ ଦାସ ବୀମା ଲୋକପାଳ କାର୍ଯ୍ୟାଳୟର ସଚିବ ଶ୍ରୀ ଅଜୟ କୁମାର ଦାସ, ଏବଂ ଶ୍ରୀ ବିରୁପାକ୍ଷ ପଣ୍ଡା ଯୋଗଦାନ କରିଥିଲେ । ବିଭିନ୍ନ ବୀମା କମ୍ପାନୀ ଏବଂ ଉପକୃତ ବୀମାଧାରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ବୀମା ଲୋକପାଳ ଶ୍ରୀ ମନୋଜ ପରିଡା ନିଜ ଅଭିଭାଷଣରେ ବୀମା କମ୍ପାନୀ ଗୁଡିକୁ ବୀମାଧାରୀଙ୍କ ଅଭିଯୋଗ ଗୁଡିକୁ ଗୁରୁତ୍ଵର ସହ ବିଚାର କରି, ତୁରନ୍ତ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ନିର୍ଦେଶ ଦେଲେ । ଉପଦେଷ୍ଟା ଶ୍ରୀ ବିଭୁ ପ୍ରସାଦ ଆଚାର୍ଯ୍ୟ ବୀମା କ୍ଷେତ୍ରର ପ୍ରସାର, ତଥା ବୀମା ଲୋକପାଳ କାର୍ଯ୍ୟାବଳୀ ସମ୍ବନ୍ଧରେ ପ୍ରଚାର ଉପରେ ଗୁରୁତ୍ବାରୋପ କଲେ । ଏହି ଉତ୍ସବରେ ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥାର ବାଳିକା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ ।

Leave A Reply

Your email address will not be published.