ଗ୍ଲୋବାଲ ଫୋକସର ରକ୍ତ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା

0 202

ଭୁବନେଶ୍ୱର 7/5 ( ପ୍ରତ୍ୟୁଷା ବ୍ୟୁରୋ )
ଵିନ୍ଦୁଏ ରକ୍ତ ମୂଲ୍ୟବାନ ଜୀବନ ରକ୍ଷା କରିଥାଏ l “ରକ୍ତ ଦାନ ଜୀବନ ଦାନ “ଏହି ସ୍ଲୋଗାନକୁ ସାକାର କରିବାକୁ ସ୍ବପ୍ନ ଭାବେ ନୁହେଁ, କାର୍ଯ୍ୟ ଭାବେ କରି ଦେଖାଇବାକୁ ପଣ କରିଛନ୍ତି ବ୍ଲୋବାଲ ଫୋକସର ପରିଚାଳନା ନିର୍ଦେଶକ ଅବଦୁଲ୍ଲ ଜାହିର l ଏଣୁ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଆଜି ସ୍ଥାନୀୟ ରୋଟାରି ଭବନ ପରିସରରେ ପାନ୍ଥନ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ବିଶାଳ ରକ୍ତଦାନ ଶିବିର l

ଶିବିରରେ ଯୁକ୍ରେନ ଫେରନ୍ତା ଦୁଇ ଶହ ରୁ ଅଧିକ ଛାତ୍ର ଛାତ୍ରୀ ଗ୍ଲୋବାଲ ଟ୍ରଷ୍ଟ ଏମ ଡି ଙ୍କ ଗହଣରେ ରକ୍ତ ଦେଇଥିଲେ l ଶିବିରରେ ପ୍ରାୟ ଦୁଇଶହ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଆଗକୁ ଏପରି ଶିବିର ଆୟୋଜନ କରି ରାଜ୍ୟରେ ରକ୍ତ ଚାହିଦାକୁ ପୁରଣ କରିବ ବୋଲି ଟ୍ରଷ୍ଟ ଏମଡି ଜାହିର ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ l

Leave A Reply

Your email address will not be published.