ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ,ଲୋକଙ୍କ ଦ୍ୱାର ଦେଶରେ ପହଂଚିବ ସରକାରୀ ସେବା।

0 122

ଭୁବନେଶ୍ବର, 14.02.23 (ପ୍ରତ୍ୟୁଷା ବ୍ୟୁରୋ):ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟ ସରକାର ଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ଥିଲେ। ତିନି ବର୍ଷ ପରେ ଏଭଳି ବୈଠକ କରାଯାଉଛି। 17 ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ସରକାର ଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳ ସୁରରେ କେତେ ଦୂର ପହଞ୍ଚି ପାରୁଛି ସେନେଇ ଆଲୋଚନା ହେଉଛି । ପ୍ରଥମ ଅଧିବେଶନ ଟି ଗୁଡ଼ ଗଭରନେନ୍ସ ଉପରେ ରହିଛି । ଆସନ୍ତା କାଲି କୋଣାର୍କ ଇକୋ ରିଟ୍ରିଟ ବୈଠକ ର ଦ୍ବିତୀୟ ଦିନ ଆଲୋଚନା କରାଯିବ। 5t କାରଣରୁ ଅନେକ କ୍ଷେତ୍ରରେ ଓଡିଶା ରୋଲ ମଡେଲ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କାଳିଆ, ମମତା, ବିଜୁ ସ୍ବାସ୍ଥ୍ୟ ଯୋଜନା ,ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଡୋର ଟୁ ପ୍ଲେପ ଡେଲିଭରି ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁ ସବୁ ଜାଗାରେ ତ୍ରୁଟି ରହୁଛି ସେସବୁ ଉପରେ ଆଲୋଚନା କରାଯିବ । ଆଇଏଏସ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.