ଫେବୃଆରୀ 10 ରେ ଜ୍ଞାନପ୍ରଭା ମିଶନ ର ପ୍ରତିଷ୍ଠା ଦିବସ ସମାରୋହ

0 117

ଭୁବନେଶ୍ବର, 7.02.23 (ପ୍ରତ୍ୟୁଷା ବ୍ୟୁରୋ):

ଜ୍ଞାନପ୍ରଭା ମିଶନ ର ପ୍ରତିଷ୍ଠା ଦିବସ ସମାରୋହ ଫେବୃଆରୀ ୧୦ ତାରିଖ ଦିନ ସକାଳ ୧୦: ୩୦ ମିନିଟ ସମୟରେ ଭୁବନେଶ୍ବର ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଏହି ସମାରୋହରେ ମୁଖ୍ୟ ଅତିଥ୍‌ ଭାବେ ଭାରତ ର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ | ଜ୍ଞାନପ୍ରଭା ମିଶନ ର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦ ଆଶୀର୍ବଚନ ପ୍ରଦାନ କରିବେ | ସମ୍ମାନୀତ ଅତିଥ୍‌ ଭାବେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବି ଏମ ସି, ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନ ର ସଭାପତି ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମ ରେ ଯୋଗଦେବେ । ଜ୍ଞାନପ୍ରଭା ମିଶନ ଏକ ମାତୃ ସଂଗଠନ | ଏହି ସଂଗଠନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାତୃଶକ୍ତି ମଧ୍ୟରେ ଥିବା ସୁପ୍ତ ଆଧ୍ୟାତ୍ମିକ ଶକ୍ତି କୁ ସାଧନା ମାଧ୍ୟମ ରେ ଜାଗରିତ କରାଇବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରାଇବା | ନାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଲେ ସୃଷ୍ଟିର ପରିବର୍ତନ ସମ୍ଭବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସ୍ବାମୀ ଶୁଦ୍ଧାନନ୍ଦ ଗିରି ଓ ସ୍ବାମୀ ସମର୍ପଣାନନ୍ଦ ଗିରି ପ୍ରକାଶ କରିଛନ୍ତି |

Leave A Reply

Your email address will not be published.