*କର୍ଣାଟକ ପ୍ରଭାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ*

0 131

ଭୁବନେଶ୍ବର, 4.02.23 (ପ୍ରତ୍ୟୁଷା ବ୍ୟୁରୋ):ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କର୍ଣ୍ଣାଟକର ନିର୍ବାଚନୀ ପ୍ରଭାରୀ ଭାବରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ନିଯୁକ୍ତ କରିଛନ୍ତି । • କିଛି ଦିନ ପୂର୍ବରୁ 2021 ଜୁଲାଇ ମାସରେ ଯେତେବେଳେ କର୍ଣ୍ଣାଟକରh ରାଜନୈତିକ ସଂକଟ ଉପୁଜିଥିଲା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେଇଥିଲେ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା, ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା । ବିଜେପିର ଶୀର୍ଷ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରି ଏହି ଗୁରୁ ଦାୟିତ୍ୱ ଦେଇଥିଲେ । • ପୂର୍ବରୁ 2011 ରୁ 2013 ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ଦାୟିତ୍ୱରେ ଥିବା କାରଣରୁ ରାଜ୍ୟର ସମସ୍ତ ପ୍ରଭାବଶାଳୀ ନେତାଙ୍କୁ ଭଲ ଭାବେ ଜାଣିଥିବା ଏବଂ ସବୁ ନିର୍ବାଚନ ମଣ୍ଡଳୀକୁ ଭଲ ଭାବେ ପରଖିଥିବା ନେତା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ତା’ ସହିତ କର୍ଣ୍ଣାଟକର ରାଜନୀତିରେ ଆରଏସଏସର ବଡ଼ ଭୂମିକା ରହିଛି । ଆରଏସଏସର ଶୀର୍ଷ ନେତୃତ୍ୱଙ୍କ ସହିତ ଧର୍ମେନ୍ଦ୍ରଙ୍କ ଭଲ ସମ୍ପର୍କ ରହିଛି । • ପୂର୍ବରୁ 2012ରେ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ସମସ୍ୟାର ସମାଧାନ କରିପାରିଥିଲେ । • 2018ରେ ମଧ୍ୟ କର୍ଣ୍ଣାଟକ ସରକାର ସଂକଟ ଥିବା ସମୟରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଙ୍ଗାଲୁରୁ ଗସ୍ତ କରି ସରକାର ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । • 2021ରେ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରଭାରୀ ଭାବରେ ମଧ୍ୟ ପାର୍ଟି ତାଙ୍କୁ ଦାୟିତ୍ୱ ଦେଇଥିଲା ଏବଂ ଉତ୍ତରପ୍ରଦେଶରେ ସରକାର ମଧ୍ୟ ବିଜେପି ଗଠନ କରିଥିଲା । • 2013ରେ ଛତିଶଗଡ଼ର ସରକାର ଗଠନ ହେଉ କିମ୍ବା 2014ରେ ନିର୍ବାଚନୀ କିମ୍ବା 2017ରେ ଉତ୍ତରାଖଣ୍ଡର ସରକାର ଗଠନ – ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି । • ନିକଟରେ 2021ରେ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିର ପ୍ରଚାର ଏବଂ ରଣନୀତିର ଦାୟିତ୍ୱ ଦିଆଯାଇଥିଲା । ଯାହାକୁ ସୁଫଳ ଭାବେ ତୁଲାଇ ଅବିଶ୍ୱାସନୀୟ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସର୍ବଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅଗାଢ ବିଶ୍ୱାସ ଓ ଆସ୍ଥାପ୍ରକଟ କରିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱମାନେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ସୂଚାରୁରୂପେ ତୁଲାଇଥିବାର ପ୍ରମାଣ ରହିଛି ।

Leave A Reply

Your email address will not be published.