ସିଏସଆଇଆର ଡିଜିଙ୍କ ଉପସ୍ଥିତରେ ଏମଓୟୁ ସ୍ୱାକ୍ଷରିତ। “ୱାନ୍ ୱିକ୍‌ ୱାନ୍ ଲ୍ୟାବ” ଅଭିଯାନ ର ଶୁଭାରମ୍ଭ ।

0 150

ଭୁବନେଶ୍ବର, 24.01.23(ପ୍ରତ୍ୟୁଷା ବ୍ୟୁରୋ):ସିଏସଆଇଆର ଡିଜିଙ୍କ ଉପସ୍ଥିରେ ଏମ୍ଓୟୁ ସ୍ବାକ୍ଷର ଭୁବନେଶ୍ଵର ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ଵରର ପରିସର ମଧ୍ୟରେ ବୈଷୟିକ ସଫଳତା ଏବଂ ନବସୃଜନପ୍ରଦର୍ଶନ ପାଇଁ ସିଏସଆଇଆର- ଆଇଏମ୍ଏମ୍ଟି ଏକ ବିସ୍ତାରିତ ଦେଶବ୍ୟାପୀ “ୱନ୍ ୱିକ୍‌ ୱିନ୍ ଲ୍ୟାବ” ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା ।ଏହି ଅବସରରେ ସିଏସଆଇଆର-ଆଇଏମ୍ଏମ୍ଟି ନିର୍ଦ୍ଦେଶକ ପ୍ରଫେସର ଡ ଏସ୍ ବାସୁ, ଓଡିଶା ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତରେ ସିଏସଆଇଆର ଡାଇରେକ୍ଟର ଜେନେରାଲ ଡ ଏନ୍. କାଲାଇସେଲ୍‌ଭି ଉଦ୍‌ଘାଟନ କରିଥିଲେ । ଡ ଏନ କାଲାଇସେଲଭି ସିଆରଟିଡିଏଚ ଏବଂ ଡିଜାଇନ୍‌ ଏବଂ ପ୍ରେଜେକ୍ଟ ଇଞ୍ଜିନିୟର ସ୍କରି ପାଇଲଟ୍‌ ପ୍ଲାନ୍ସ , ଉନ୍ନତ ସାମଗ୍ର ପ୍ରଯୁକ୍ତି ବିଭାଗ ଏବଂ ବର୍ଜ୍ୟବସ୍ତୁ ଉପଯୋଗ ଏବଂ ହାଇଡ୍ରୋ ଏବଂ ଇଲେକ୍ଟ୍ରୋମେଟାଳିର୍ଜି ବିଭାଗ ଏବଂ ସ୍ତ୍ରୀ ବେଡ୍ ମିନେରାଲ୍ ପାଇଲଟ୍‌ ପ୍ଲାନ୍ସ ପରିଦର୍ଶନ କରିଥିଲେ। ଅବସରରେ ଡ ଏନ କାଲାଇସେଲଭି, ଡାଇରେକ୍ଟର ଜେନେରାଲ ସିଏସଆଇଆର କହିଛନ୍ତି, ସିଏସଆଇଆର-ଆଇଏମ୍ଏମ୍ଟି ପରିସରରେ ସମସ୍ତ ଲ୍ୟାବ ପରିଦର୍ଶନ କରି ଯାହା ସବୁ ମୁଁ ଦେଖିଲି ତାହା ମୋର କଳ୍ପନା ବାହାରେ ।

ମୁଁ ଆଶା ଥୁଲି କି ଏଠାରେ କେବଳ ଖଣିଜ ପଦାର୍ଥ ଏବଂ ଧାତୁ ସଂପର୍କିତ ବିଭାଗ ସମ୍ବନ୍ଧରେ ଦେଖିବାକୁ ମିଳିବ କିନ୍ତୁ ଏଠାରେ ଅନେକ ଔଷଧୀୟ ଜାତୀୟ ମୂଲ୍ୟବାନ ଜିନିଷ ମାନ ଦେଖିବାକୁ ପାଇଛି । ସିଏସଆଇଆର “ ୱିନ୍ ୱିକ୍ ୱିନ୍ ଲ୍ୟାବ” କ୍ୟାମ୍ପେନ୍ ଶୁଭାରମ୍ଭ କରି ଆମେ ବହୁତ ଖୁସି, ଏହା ହେଉଛି ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ ଷ୍ଟାର୍ଟ ଅପ୍ ଉଦ୍ୟୋଗ ପାଇଁ ସୁଯୋଗ ପାଇଁ ସୃଷ୍ଟି କରିବାର ଏକ ଅଭିଯାନ । ଏହି ଅବସର ଓଡିଶା ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଓଡ଼ିଶା ହେଉଛି ଖଣିଜ ପଦାର୍ଥର ପ୍ରମୁଖ ସ୍ଥାନ । ଓଡିଶା ସରକାରଙ୍କ ଖଣିଜ ପଦାର୍ଥ ସଂପର୍କିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସିଏସଆଇଆର-ଆଇଏମ୍ଏମ୍‌ଟି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାରଙ୍କ ତରଫରୁ ସିଏସଆଇଆର- ଆଇଏମ୍ଏମ୍ଟି କୁ ସମସ୍ତ ସମର୍ଥନ ପ୍ରଦାନ କରିବାକୁ ପ୍ରତିଶୃତି ଦେଉଛି ।

Leave A Reply

Your email address will not be published.