ତନିସ୍କ ପକ୍ଷରୁ ‘ସ୍ପ୍ରିଙ୍ଗ୍ ସମର୍ ଏଡିଟ୍ ୨୩’ -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି

0 140

ଭୁବନେଶ୍ବର, 5.01.2023 (ପ୍ରତ୍ୟୁଷା ବ୍ୟୁରୋ): ଦେଶର ଅଗ୍ରଣୀ ଗହଣା ରିଟେଲର ତନିସ୍କ ହୀରା ଗହଣାର ସର୍ବବୃହତ୍ ସମ୍ଭାର ‘ଦ ସମର୍ ଏଡିଟ-୨୩’ର ଶୁଭାରମ୍ଭ କରିଛି। ବିଭିନ୍ନ ପ୍ରକାର ଷ୍ଟାଇଲ୍ ତଥା ଅବସରକୁ ଖାପ ଖାଇବା ଭଳି ଭିନ୍ନ ଭିନ୍ନ ଅନନ୍ୟ ହୀରା ଗହଣା ଏଥିରେ ରହିଛି। ମୁଦି, ପେଣ୍ଡେଣ୍ଟ, ନେକ୍‌ଲେସ୍, ବ୍ରେସ୍‌ଲେଟ୍‌, ବ୍ୟାଙ୍ଗେଲ ଏବଂ ଅନେକ ବର୍ଗରେ ବିଶାଳ ଡିଜାଇନ୍‌ର ହୀରା ଗହଣା ଉପଲବ୍ଧ । ମହିଳା ଏବଂ ହୀରା ମଧ୍ୟରେ ଏକ ଆନ୍ତରିକ ସମ୍ପର୍କ ରହିଛି। ମହିଳାଙ୍କ ଜୀବନର ସ୍ବତନ୍ତ୍ର କାହାଣୀକୁ ବଖାଣିବା ପାଇଁ ତନିସ୍କ ହୀରା ସର୍ବଦା ଆଗରେ ରହିଥାଏ। ହୀରାର ପ୍ରକୃତ ଚମକ ଏହାକୁ ପରିଧାନ କରିଥିବା ମହିଳାଙ୍କଠାରୁ ଆସିଥାଏ।

ହୀରାର ଚମକକୁ ଆହୁରି ଅଧିକ ଚମକଦାର କରିଥାନ୍ତି ମହିଳା। ମହିଳାଙ୍କ ଚମକକୁ ଆହୁରି ବଢ଼ାଇବା ଲାଗି ସମସ୍ତ ଅବସର ପାଇଁ ୮ଟି ପୃଥକ ଲୁକ୍ର ହୀରା ଗହଣା ଆଣିଛି ତନିସ୍କ। ଏହି କଲେକ୍ସନରେ ୪ଜଣ ମହିଳାଙ୍କୁ ଉପସ୍ଥାପନ କରାଯାଇଛି। ପ୍ରତି ମହିଳାଙ୍କ ଭାବନାକୁ ଏକ ହୀରା ଭାବେ ଉପସ୍ଥାପନ କରିଛି ତନିସ୍କ । କ୍ଲାସିକ୍ ଲୁକ୍ ହେଉ କିମ୍ବା କକ୍ଟେଲ, ଫେଷ୍ଟିଭ୍ ହେଉ କିମ୍ବା ଫ୍ୟୁଜନ୍, ଡେନିମ୍, ୱାର୍କୱେର୍‌, ସ୍ମାର୍ଟ କାଜୁଆଲ୍ସରୁ ଆରମ୍ଭ କରି ଏଭିଡେ ୱେର୍, ତନିସ୍କ ପ୍ରତି ଅବସର ପାଇଁ ଆଣିଛି ଭଳିକି ଭଳି ହୀରା ଗହଣା ସମ୍ଭାର । ‘ଦ ସମର୍ ଏଡିଟ-୨୩’ ମାଧ୍ୟମରେ ତନିସ୍କ ଚଳିତ ଋତୁର ହୀରା ଉତ୍ସବକୁ ପାଳନ କରୁଛି। ହୀରା କ୍ରୟ ଅନୁଭୂତିକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଏହା ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଦେଶରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଏ ଅଫର ଉପଲବ୍ଧ । ଗ୍ରାହକ ସେମାନଙ୍କ ସୁବିଧା ଆଧାରରେ ନିକଟସ୍ଥ ତନିସ୍କ ଷ୍ଟୋର କିମ୍ବା ଘରେ ବସି ଅନ୍‌ଲାଇନ୍‌ରେ https:/ /www.tanishq.co.in/diamond-desire ରେ ସପିଂ କରିପାରିବେ।

Leave A Reply

Your email address will not be published.