ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଜାତୀୟ ସାହିତ୍ୟୋତ୍ସବ ଅନୁଷ୍ଠିତ

0 254

ଭୁବନେଶ୍ୱର, ୨୭/୧୨ (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଆ ଭାଷା ଶାସ୍ତ୍ରୀୟ ହେବାପରେ ସାହିତ୍ୟିକମାନଙ୍କର ଦାୟିତ୍ଵ ବଢିଛି । ସେମାନେ ଆମ ଭାଷା ଓ ସାହିତ୍ୟର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଲେଖନୀ ଚାଳନା କରିବା ଉଚିତ ବୋଲି ମତପ୍ରକାଶ ପାଇଛି। ଆଜି ଗୀତଗୋବିନ୍ଦ ସଦନରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଜାତୀୟ ସାହିତ୍ୟାସବରେ ଏହି ମତ ପ୍ରକାଶ ପାଇବା ସହ ଅଧିକରୁ ଅଧିକ ଓଡ଼ିଆ ଭାଷାର ବ୍ୟବହାର ଉପରେ ଅତିଥ୍ୟଗଣ ମତବ୍ୟକ୍ତ କରିଥିଲେ । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜାତୀୟ ସାହିତ୍ୟାତ୍ସବକୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଉଦ୍‌ଘାଟନ କରିଥିବାବେଳେ ବିଶିଷ୍ଟ ନାଟ୍ୟକାର ଡ. ରମେଶ ପାଣିଗ୍ରାହୀ ମୁଖ୍ୟ ଅତିଥୁ ଓ ‘ ବିଶ୍ଵମୁକ୍ତି’ର ମୁଖ୍ୟ ସଂପାଦକ ପ୍ରାଧାପକ ଶଶାଙ୍କ ଚୂଡ଼ାମଣି ମୁଖ୍ୟ ବକ୍ତାଭାବେ ଯୋଗଦେଇ ଭାଷା ଓ ସାହିତ୍ୟରେ ସ୍ଥାନୀୟତାର ସୌନ୍ଦର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଡ. ହିମାଦ୍ରୀତନୟା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ଵତ ସମାରୋହରେ ଡ. ସନ୍ତୋଷ କୁମାର ମହାପାତ୍ର, ଡ. ରଞ୍ଜନ କୁମାର ପ୍ରଧାନ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଶ୍ରୀମତୀ ମିନତୀ ମିଶ୍ର, ରାକେଶ କୁମାର ମହାରଣା, ଭକ୍ତଭୂଷଣ ବାରିକ, ଡ. ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖଙ୍କୁ ସାହିତ୍ୟର ବିଭିନ୍ନ ବିଭାଗରେ ସେମାନଙ୍କର କୃତିତ୍ଵର ସ୍ଵୀକୃତି ସ୍ଵରୂପ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ‘ନୂତନ ଜାତୀୟ ଶିକ୍ଷାନୀତି: ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ରରେ ଡ. ସୁବ୍ରତ କୁମାର ପୃଷ୍ଟି, ଦେବକୁମାର ରଥ, ଡ. ଶ୍ରୀଜୟା ଦାଶ, ସୌମେନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବେଶନରେ ରାଧାନାଥ ଉଚ୍ଚତର ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଡ. ସ୍ମିତା ମିଶ୍ର ଅଧ୍ୟକ୍ଷତା କରିଥିଲେ ।ଏହି ଅବସରରେ ଡ. ପ୍ରମୋଦିନୀ ଜେନାଙ୍କ ସମ୍ପାଦନାରେ ପ୍ରକାଶିତ ‘ ନିମାପଡ଼ା ପତ୍ର’ର ସ୍ଵତନ୍ତ୍ର ସଂଖ୍ୟାକୁ ଅତିଥି ବୃନ୍ଦ ଲୋକାର୍ପିତ କରିଥିଲେ ଅନୁଷ୍ଠାନର ସଭାପତି ଶୁଭେନ୍ଦୁ ରାଉତରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ

Leave A Reply

Your email address will not be published.