ଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ) ଓଡ଼ିଶା ଚାପ୍ଟର ପକ୍ଷରୁ “କ୍ଷୀତିଜ’ ଉଦୀୟମାନ ସ୍ଥାପତ୍ୟ ଦିଗବଳୟ’ ଆୟୋଜିତ ପୂର୍ବାଚଳ ସମ୍ମିଳନୀ-୨୦୨୨

0 154

ଭୁବନେଶ୍ଵର , 17/12/22 (ପ୍ରତ୍ୟୁଷା ବ୍ୟୁରୋ): ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍‌ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ “କ୍ଷୀତିଜ୍’ ପୂର୍ବାଚଂଳ ସମ୍ମିଳନୀ ୨୦୨୨କୁ ଭୁବନେଶ୍ବରର ମେ’ଫେୟାର କନ୍‌ଭେନ୍‌ସନ୍ ସଂଟରରେ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ସ୍ଥପତି ବିଭୁତି ମହାପାତ୍ର ମଂଚାସୀନ ବିଶିଷ୍ଟ ସ୍ଥପତି ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଛନ୍ତି | ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ହେମନ୍ତ କୁମାର ଶର୍ମା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଆଇଆଇଏ ସଭାପତି ସିଆର ରାଜ ଓ ଓଡ଼ିଶାର ଚାପ୍ଟର ଅଧ୍ୟକ୍ଷ ସୁପତି ରାଜକନର ନାୟକଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଚାପ୍ଟରର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ହେମନ୍ତ ଶର୍ମା କହିଛନ୍ତି ଯେ ଏହି ସମ୍ମିଳନୀର ବିଷୟବସ୍ତୁ “ ଉଦୀୟମାନ ସ୍ଥାପତୃ ଦିଗବଳୟ’ ବେଶ ଆକର୍ଷଣୀୟ ଯାହା ସ୍ଥାପତ୍ୟ କଳାର ଅତୀତ, ବର୍ତମାନର ଆହ୍ବାନ ଓ ଅଭିନବ ଚିନ୍ତାଧାରାର ଶ୍ରେଷ୍ଠ ବ୍ୟବସ୍ଥାକୁ ନେଇ ଜ୍ଞାନକୁ ଉପସ୍ଥାପନ କରାଯାଉଛି । ଅଂଶଗ୍ରହଣକାରୀ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସୁପତିଙ୍କ ଗଭୀର ଜ୍ଞାନ ଭବିଷ୍ୟତର ସ୍ଥାପତ୍ୟ ପ୍ରଥାକୁ ଆକାର ପ୍ରଦାନ କରିବା ଏବଂ ନିରନ୍ତର ସହର ଗଠନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’ ଏହି ଅନୁସାରେ ଆଇଆଇଏର ସଭାପତି ସୁପତି ସି ଆର୍ ରାଜୁ କହିଛନ୍ତି ଯେ ସ୍ଥାପତ୍ୟ ଶ୍ରେଷ୍ଠତା ହାସଲ କରିବା କେବଳ ଏକ କୋଟା ଡିଜାଇନ୍ କରିବା କିମ୍ବା ଦୈନନ୍ଦୀନ ଜୀବନରେ ପରିବର୍ତନ ଆଣିବା ଲାଗି ତାହାକୁ ଉପସ୍ଥାପନ କରିବାଠାରୁ ବହୁତ କିଛି ।

Leave A Reply

Your email address will not be published.