ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ବୈଶ୍ଵକ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର କିଶୋରୀ ଚମ୍ପିଆନମାନଙ୍କର ଆନ୍ତର୍ଜାତୀୟ ଡ଼ୋନରମାନଙ୍କ ସହିତ ଆଲୋଚନା

0 132

ଭୁବନେଶ୍ବର, ନଭେମ୍ବର ୨, ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ): ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ବୈଶ୍ଵକ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଆସିଥିବା ବିଭିନ୍ନ ଦେଶର ପ୍ରତିନିଧୂମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଶୋରୀ ଚମ୍ପିଆନମାନେ ଆଲୋଚନା କରିଛନ୍ତି । ୨୦ ଜଣ ବାଳିକା ଆନ୍ତର୍ଜାତୀୟ ପରିଦର୍ଶନକଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ କିପରି ଉପଯୁକ୍ତ ବୟସ ପୂର୍ବରୁ ପରିବାର ଲୋକଙ୍କ ଦ୍ଵାରା ବିବାହ ପାଇଁ ଦିଆଯାଉଥିବା ଚାପକୁ ବିରୋଧ କରିବାର ସାହସ ଏବଂ ନିଷ୍ଠାର କାହାଣୀ ବର୍ଣ୍ଣନା କରିଥିଲେ । ଗ୍ଲୋବାଲ ଆଫାୟାର୍ସ କାନାଡ଼ାର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋନ ହେଲାଲ, ୟୁକେ (ଏଫ୍‌ଡ଼ିଓ)ର ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ମୁଖ୍ୟ ଆଲି ହେନଡ଼ି, ନୋରାଡ଼ର ଲିଙ୍ଗଗତ ସମାନତାର ସହାୟିକା ନିର୍ଦ୍ଦେଶିକା ରୀତିକା ଧଳ, ନରୱେ ରାଜନୈତିକ ବିଭାଗର ମୁଖ୍ୟ ବିଏଟି ଗ୍ରାବିଏଲସେନ୍, ନେଦରଲ୍ୟାଣ୍ଡ ଦୂତାବାସ ଏସ୍ଏସ୍ଏସ୍ର୍‌ର ବରିଷ୍ଠ ନୀତି ପରାମର୍ଶଦାତ୍ରୀ ମିକେ ଭୋଗେଲ୍ସ, ଜୋ । ଇଂ ରନେସନାଲର ପ୍ରେସିଡ଼େ ଉଟେ ସ୍କୋଲଜ ଏବଂ ବାଲ୍ୟ ବିବାହ ରୋକିବାକୁ ଗଠିତ ଆନ୍ତର୍ଜାତୀୟ ଷ୍ଟିଅରିଂ କମିଟିରେ ଥିବା ୟୁନିସେଫ୍ ଓ ୟୁଏନ୍ଏଫ୍‌ପିଏର କର୍ମକ ମାନଙ୍କର ଏକ ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଶ୍ମିକ କାର୍ଯ୍ୟକ୍ରମ କିଶୋରୀମାନଙ୍କୁ ବାଲ୍ୟ ତଥା ଶୀଘ୍ର ତଥା ବଳପୂର୍ବକ ବିବାହ ଏବଂ ଗର୍ଭଧାରଣ ସମ୍ପର୍କିତ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ଶିକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ କରେ । ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ଥିବା ପରିବାରଗୁଡ଼ିକୁ ସମର୍ଥନ କରିବା ସହିତ ଝିଅମାନଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରିବା ଏବଂ ସେମାନଙ୍କୁ ଦୃଢ଼ କରିବାରେ ସକ୍ଷମ କରିଥାଏ । କିଶୋରୀମାନେ ସେମାନଙ୍କର ସାହସର କାହାଣୀ ବର୍ଣ୍ଣନା କରିବା ସହିତ ପରିଦର୍ଶକମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ ।

Leave A Reply

Your email address will not be published.